ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣତଃ ଫୋନରୁ ନେଟୱର୍କ ଉଡିଗଲେ କୌଣସି କଲ କରି ହୋଇନଥାଏ । କିନ୍ତୁ ଏଣିକି ଆଉ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଆଜ୍ଞା ହଁ ରିଲିଆନ୍ସ ଜିଓ ଏକ ଖାସ ସର୍ଭିସ ଆଣିଛି । ଯାହାଦ୍ୱାରା ନେଟୱର୍କ ନଥିବା ସମୟରେ ବି ଫୋନ କଲ କରାଯାଇ ପାରିବ । ପ୍ରକୃତରେ ୱାଇଫାଇ କଲିଂ ନାମରେ କମ୍ପାନୀ ଏକ ଖାସ ସର୍ଭିସ ଦେଉଛି । ଯାହାଦ୍ୱାରା ଆପଣ କଲିଂ କରି ପାରିବେ ।
ଏହି ସର୍ଭିସ ଅନୁଯାୟୀ ଆପଣ ବିନା ନେଟୱର୍କରେ ବି କଲ କରିପାରିବେ ଏବଂ କଲ ରିସିଭ ବି କରି ପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଏକ୍ସାଟ୍ରା ଚାର୍ଜ ଦେବାକୁ ପଡିବ ନାହିଁ । କେବଳ ଉପଲବ୍ଧ ଥିବା ଭଏସ କଲ ଏବଂ ଏଚଡି ଭଏସ କମ୍ପିଟେବୁଲ ଡିଭାଇସ ର ଆବଶ୍ୟକତା ପଡିବ । ୱାଇଫାଇ ନେଟୱର୍କରେ ଗ୍ରାହକ ଜିଓ ୱାଇଫାଇ କଲିଂ କରି ପାରିବେ । ଏଥିରେ ଭଏସ ବା ଭିଡିଓକଲିଂ ଏକ୍ସପିରିଏନ୍ସ ପାଇଁ ଭୋଲ୍ଟି ଏବଂ ୱାଇଫାଇ ସର୍ଭିସ ମଧ୍ୟରେ ସ୍ୱିଇଚ କରିବାର ସୁବିଧା ରହିଛି । ଏହାଜରିଆରେ ଗ୍ରାହକ ଭିଡିଓ ୱାଇଫାଇ କଲ ବି କରି ପାରିବେ ।
ଆପଣଙ୍କ ଫୋନରେ ୱାଇଫାଇ କଲିଂ ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଆକ୍ଟିଭ ୱାଇଫାଇ ନେଟୱର୍କ ସହ କନେକ୍ଟ କରିବାକୁ ହେବ । ଆପଣ ଯେକୌଣସି ଉପଲବ୍ଧ ୱାଇଫାଇ ନେଟୱର୍କକୁ ବ୍ୟବହାର କରି ପାରିବେ । ଆପଣଙ୍କ ଲୋକେସନର ଯେକୌଣସି ୱାଇଫାଇ ବ୍ୟବହାର କରି ଜିଓ ୱାଇଫାଇ କଲିଂର ଲାଭ ଉଠାଇ ପାରିବେ ।