ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସରଫେସ ସିରିଜ୍ ଭଳି ମାଇକ୍ରୋସଫ୍ଟ ତାର ସବୁଠାରୁ ଦମଦାର ଲାପଟପ୍ ମାଇକ୍ରୋସଫ୍ଟ ସରଫେସ ଗୋ ଆମେରିକାରେ ଲଞ୍ଚ କରିଛି । ଏହାବ୍ୟତିତ କମ୍ପାନୀ ତାର ଅପଡେଟ ସରଫେଓ ପ୍ରୋ ଏକ୍ସ ଟାବଲେଟ ମଧ୍ୟ ବଜାରକୁ ଆଣିଛି । ଯାହାକୁ ଭାରତରେ ମଧ୍ୟରେ ସେଲ୍ ପାଇଁ ଉପଲବ୍ଧ କରାଯିବ ।
ମାଇକ୍ରୋସଫ୍ଟ ସରଫେସ ଗୋ ଲାପଟପ କୁ ଆମେରିକାରେ ପାଖାପାଖି ୪୦ ହଜାର ୩୦୦ ଟଙ୍କାରେ ଲଞ୍ଚ କରାଯାଇଛି । ଏହି ଲାପଟପ୍ ଆଇସ ବ୍ଲ୍ୟୁ, ଷ୍ଟାଣ୍ଡଷ୍ଟୋନ ଏବଂ ପ୍ଲେଟିନମ କଲର ଭ୍ୟାରିଏଣ୍ଟରେ ଉପଲବ୍ଧ ହେବ । ସେହିପରି ମାଇକ୍ରୋସଫ୍ଟ ସରଫେସ ପ୍ରୋ ଏକ୍ସ ଟାବଲେଟ ର ୧୬ଜିବି ରାମ + ୨୫୬ଜିବି ଏଲଟିଇ ମଡେଲର ଦାମ ୧, ୪୯, ୯୯୯ ଟଙ୍କା ରହିଥିବା ବେଳେ ୧୬ଜିବି ରାମ + ୫୧୨ଜିବି ଏଲଟିଇ ଭ୍ୟାରିଏଣ୍ଟକୁ ୧, ୭୮, ୯୯୯ ଟଙ୍କା ସହିତ ଭାରତରେ ଉପଲବ୍ଧ କରାଯିବ । ଏହି ଟାବଲେଟ ପ୍ଲେଟିନମ ଏବଂ ବ୍ଲାକ କଲର ଅପସନ ସହିତ ଉପଲବ୍ଧ ହେବ । ଏହାର ପ୍ରିବୁକିଂ ଭାରତରେ ଆରମ୍ଭ ହୋଇଯାଇଛି ଏବଂ ଏହାର ସେଲ ଅକ୍ଟୋବର ୧୩ ରେ ହେବ ।