ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୋମବାର ହେଉଛି ଭଗବାନ ଶିବଙ୍କ ବାର । ଏହିଦିନ ବିଧି ବିଧାନ ସହ ଶିବଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଭଗବାନ ଶିବଙ୍କର ଅନେକ ନାଁ ରହିଛି କିନ୍ତୁ ଅନେକ ଭକ୍ତ ତାଙ୍କୁ ଭୋଳାନାଥ ନାମରେ ଡାକିଥାନ୍ତି । ସମସ୍ତ ଦେବତା ମାନଙ୍କ ମଧ୍ୟରୁ ଭୋଳାନାଥ ଏଭଳି ଦେବତା ଯାହାଙ୍କୁ ଖୁସୀ କରାଇବା ବହୁତ ସହଜ । ହିନ୍ଦୁ ଧର୍ମାନୁଯାୟୀ ତ୍ରିଦେବଙ୍କ ମଧ୍ୟର ଜଣେ ହେଉଛନ୍ତି ଭୋଳାନାଥ । କୁହାଯାଏ କି ଭୋଳାନାଥଙ୍କୁ ଆରାଧନା କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ ।
ଶିବ ପୁରାଣ ଅନୁସାରେ ସମସ୍ତ କଷ୍ଟ ଦୂର କରିବା ପାଇଁ ଯେଉଁ ମନ୍ତ୍ର ରହିଛି ତାହା ହେଉଛି ଓଁ ନମଃ ଶିବାୟ । ଶିବ ପୁରାଣରେ ଏହି ମନ୍ତ୍ରକୁ ଶରଣାକ୍ଷର ମନ୍ତ୍ର ବୋଲି ମଧ୍ୟ କୁହାଯାଏ । ଏହି ମନ୍ତ୍ର ଜପିବା ଦ୍ୱାରା ମନୁଷ୍ୟର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
ଏହି ମନ୍ତ୍ରକୁ ଜପ କରିବା ପାଇଁ କୌଣସି ନିର୍ଦ୍ଧାରିତ ସମୟ ନାହିଁ ଆପଣ ଆପଣଙ୍କ ସୁବିଧା ଅନୁସାରେ ମନ୍ତ୍ର ଜପି ପାରିବେ । ପ୍ରତ୍ୟେକ ଦିନ ପୂର୍ବ କିମ୍ବା ଉତ୍ତର କୋଣ ଆଡକୁ ମୁହଁ କରି ମନ୍ତ୍ର ଜପିବା ଉଚିତ୍ । ଏହାସହିତ ରୁଦ୍ରାକ୍ଷ ମାଳ ଗଡାଇ ୧୦୮ ଥର ମନ୍ତ୍ର ଜପନ୍ତୁ ।