ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରାୟତଃ ଅନେକ ଲୋକଙ୍କର ପେଟ ସମସ୍ୟା ଦେଖିବାକୁ ମିଳିଥାଏ । ସେହି ପେଟ ସମସ୍ୟା ମଧ୍ୟରୁ ଅଧିକ କଷ୍ଟକର ହେଉଛି କୋଷ୍ଠକାଠିନ୍ୟ । ଯେଉଁ ବ୍ୟକ୍ତିଙ୍କର ଏହି ସମସ୍ୟା ଦେଖାଦେଇଥାଏ ସେମାନଙ୍କର ପାଚନ ତନ୍ତ୍ର ଖରାପ ହୋଇଯାଇଥାଏ ଏବଂ ସେମାନଙ୍କର ଖାଦ୍ୟ ସଠିକ୍ ଭାବେ ହଜମ ହୁଏ ନାହିଁ । ଏହି କୋଷ୍ଠକାଠିନ୍ୟ ସମସ୍ୟା ବୃଦ୍ଧଠାରୁ ନେଇ ଯୁବା ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଦଖିବାକୁ ମିଳୁଛି । ଏହାଦ୍ୱାରା ମଳତ୍ୟାଗରେ ସମସ୍ୟା ଉପୁଜିଥାଏ । ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଲେ ଆପଣାନ୍ତୁ କିଛି ଘରୋଇ ଉପାୟ ।
– ପାଚନ ତନ୍ତ୍ରକୁ ସଠିକ କରିବା ଏବଂ କୋଷ୍ଠକାଠିନ୍ୟରୁ ରକ୍ଷା ପାଇବା ପାଇଁ ଟମାଟର ରସ ପିଅନ୍ତୁ । ପାଳଙ୍ଗ ଜୁସ୍ ରେ ଟମାଟର ରସ ମିଶାଇ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।
– ଯେଉଁ ବ୍ୟକ୍ତିଙ୍କର ଦୀର୍ଘ ଦିନ ହେବ କୋଷ୍ଠକାଠିନ୍ୟ ସମସ୍ୟା ରହିଛି ସେମାନଙ୍କୁ ଶୋଇବା ପୂର୍ବରୁ ତ୍ରିଫଳା ଛାଚ ପିଇବା ଉଚିତ୍ । ଏହାଦ୍ୱାରା ଆପଣଙ୍କ ଖାଦ୍ୟ ସଠିକ ଭାବେ ହଜମ ହୋଇଯାଇଥାଏ । ଏହାସହିତ ପେଟ ସଫା କରିବାରେ ସହାୟକ ହୋଇଥାଏ ତ୍ରିଫାଳ ଛାଚ ।
– କୋଷ୍ଠକାଠିନ୍ୟ ସମସ୍ୟା ଥିବା ବ୍ୟକ୍ତି ନିୟମିତ ଡିମ୍ବିରଫଳ ସେବନ କରି ପାରିବେ । ଏହା ଶରୀର ପାଇଁ ବେଶ ଉପକାରୀ ।
– ଖାଦ୍ୟରେ ଫାଇବର ଅଭାବ କୋଷ୍ଠକାଠିନ୍ୟର କାରଣ ହୋଇପାରେ । ସେଥିପାଇଁ ଖାଦ୍ୟରେ ସବୁଜ ପନିପରିବା ଏବଂ ଫଳ ସାମିଲ କରନ୍ତୁ ।