ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀର ଗଭର୍ଣ୍ଣର ହାଉସ ନିକଟରେ ଥିବା ଇଣ୍ଡିଆନ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଗୁରୁତୁର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଜି ଜଣଙ୍କର ମୃତ୍ୟୁ ହୋଇଛି । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାୟକ । ତାଙ୍କର ଶରୀରର ୬୦ ପ୍ରତିଶତ ଜଳି ଯାଇଥିଲା । ଯାହାଫଳରେ ଅଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏନେଇ ଏସସିିବି ଜରୁରିକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ରାଜଧାନୀ ଗଭର୍ଣ୍ଣର ହାଉସ ନିକଟରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ବଡ ଧରଣର ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଆକାଶ ଉଞ୍ଚାରେ ହୁତୁ ହୁତୁ ହୋଇ ଜଳୁଥିଲା ନିଆଁ । ଏହାସହିତ ଉକ୍ତ ପେଟ୍ରାଲ ପମ୍ପ ସମ୍ପୂର୍ଣ୍ଣ ଛିନ୍ ଛତର ହୋଇଯାଇଥିଲା । କେବଳ ଏତିକି ନୁହେଁ ପେଟ୍ରୋଲ ପମ୍ପର ଆଖପାଖ ଅଞ୍ଚଳରେ ଥିବା ଘରଗୁଡିକର କାନ୍ଥ ଫାଠିବା ସହିତ କାଚ କବାଟ ଝରକା ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା । ଏଥିରେ ୯ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।