ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହିଳା ଟି୨୦ ଲିଗ୍ ର ମୁକାବିଲା ପାଇଁ ତିନୋଟି ଟିମ୍ ଘୋଷଣା କରିଛି ବିସିସିଆଇ । ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳାଯାଉଥିବା ମୁକାବିଲା ପାଇଁ ସୁପରନୋଭା,ଟ୍ରେଏବେଜର୍ସ ଏବଂ ଭେଲୋସିଟି ଟିମ୍ ରେ ଟକ୍କର ହେବ । ଏଥିରେ ତିନି ଜଣ ଭାରତୀୟ ଧୁରନ୍ଦର ମିତାଲି ରାଜ, ହରମନପ୍ରିତ କୌର ଏବଂ ସ୍ମୃତି ମନ୍ଧାନୀଙ୍କ ହାତରେ ଟିମ୍ ର କ୍ୟାପ୍ଟେନସିପ ଦାୟିତ୍ୱ ଦିଆଯାଇଛି ।
ନଭେମ୍ବର ୪ ରୁ ନଭେମ୍ବର ୯ ତାରିଖ ମଧ୍ୟର ୟୁଏଇରେ ହେବାକୁ ଥିବା ୧୩ତମ ଏଡିସନରେ ଏହି ତିନି ଟିମ୍ ମଧ୍ୟରେ ମୁକାବିଲା ଖେଳାଯିବ । ଏହି ଲିଗ୍ ରେ ଭାରତ ବ୍ୟତିତ, ସାଉଥ ଆଫ୍ରିକା, ଶ୍ରୀଲଙ୍କା, ୱଷ୍ଟଇଣ୍ଡିଜ, ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ଟିମର ମହିଳା ଖେଳାଳୀ ମନଙ୍କୁ ବି ସାମିଲ କରାଯାଇଛି ।
ସୁପରନୋଭା:
ହରମନପ୍ରୀତ କୌର (କ୍ୟାପ୍ଟେନ), ଅନୁଜା ପାଟିଲ, ଅରୁନ୍ଧତି ରେଡ୍ଡୀ, ଚାମିରା ଅଟ୍ଟାପଟ୍ଟୁ, ଜେମିମା ରେଡ୍ରିଗେଜ, ଲି ତାହୁହୁ, ମାନସୀ ଜୋସୀ,ନତାଲିୟା ସିଭର, ପୁନବ ଯାଦବ,ପ୍ରିୟା ପୁନିୟା, ରାଧା ଯାଦବ, ସୋଫି ଡିଭାଇନ, ତାନିୟା ଭାଟିୟା ।
ଟ୍ରେଲବ୍ରେଜର୍ସ:
୍ସ୍ମୃତି ମନ୍ଧନା (କ୍ୟାପ୍ଟେନ), ଭାରତୀ ଫୁଲମାଲୀ, ଦୟାଲାନ ହେମଲତା, ଦିପ୍ତୀ ଶର୍ମା, ହଲରୀନ ଦେଓଲ, ଜାସିୟା ଅଖ୍ତର,ଜୁଲନ ଗୋସ୍ୱାମୀ, ଆର କଳ୍ପନା, ରାଜେଶ୍ୱରୀ ଗାୟକୱାଡ, ଶରୀରା ସେଲମାନ, ସୋଫି ଏଲିକଷ୍ଟୋନ, ଷ୍ଟେଫନୀ ଟେଲର, ସୁଜି ବେଟସ ।
ଭେଲାସିଟି:
ମିତାଲି ରାଜ (କ୍ୟାପ୍ଟେନ), ଏମିଲି କେର, ଡ୍ୟାନିୟେଲା ଭାଟ, ଦେବିକା, ଏକତା ବିଷ୍ଟ, ହେଲି ମ୍ୟାଥୁଜ୍, ଜହାଁଆରା ଆଲାମ, କୋମଲ ଜହାଁଚାନ୍ଦ, ଶେଫାଲି ବର୍ମା, ଶିଖା ପାଣ୍ଡେ,ସୁଷ୍ମା ବର୍ମା, ସୁଶ୍ରୀ ଦେବଦର୍ଷିନୀ, ବେଦା କୃଷ୍ଣାମୂର୍ତ୍ତି ।