ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ଯୋଗୁଁ ଅର୍ଥ ବ୍ୟବସ୍ଥା ସମ୍ପୂଣ୍ଣ ପ୍ରଭାବିତ ହୋଇଛି । ପୁନର୍ବାର ଅର୍ଥବ୍ୟବସ୍ଥାକୁ ଟ୍ରାକ କୁ ଆଣିବା ପାଇଁ ଲାଗି ପଡିଛନ୍ତି ସରକାର । ଏହାସହିତ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଗ୍ରାହକଙ୍କ ଚାହିଦା ଏବଂ ଖର୍ଚ୍ଚ କରିବାର କ୍ଷମତା ବୃଦ୍ଧି କରିବାକୁ ଏକ ନୂତନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ସେ କହିଛନ୍ତି କି, ଦେଶର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି କରୋନା । ଏହାକୁ ଦୃଷ୍ଟିର ରଖି ଗ୍ରାହକଙ୍କ ଚାହିଦା ଏବଂ ଖର୍ଚ୍ଚ କରିବାର କ୍ଷମତା ବୃଦ୍ଧି ପାଇଁ ସ୍ପେଶାଲ ଫେଷ୍ଟିଭାଲ ଆଡଭାନ୍ସ ଯୋଜନା ଏବଂ ସ୍ୱତନ୍ତ୍ର ଏଲଟିସି କ୍ୟାଶ ଭାଉଚର ଯୋଜନା ଘୋଷଣା କରାଯାଇଛି ।
ସ୍ପେଶାଲ ଫେଷ୍ଟିବାଲ ଆଡଭାନ୍ସ ଯୋଜନା: ଏହି ଯୋଜନା ଆଗାମୀ ୬ ମାସ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ଯୋଜନା ଅନୁଯାୟୀ କେନ୍ଦ୍ରସରକାର ଅର୍ଥବ୍ୟବସ୍ଥା ଦାବିକୁ ପ୍ରୋତ୍ସାହନ ଦେବା ପାଇଁ ସମସ୍ତ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ଅଗ୍ରିମ ରାଶି ପ୍ରଦାନ କରିବେ । ଏହି ରାଶିକୁ ଆଗାମୀ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ । ପ୍ରିପେଡ ରୂପେ କାର୍ଡ ଭାବେ ଏହା ଦିଆଯିବ ଏବଂ କର୍ମଚାରୀ ୧୦ କିସ୍ତିରେ ଏହାକୁଜମା କରି ପାରିବେ ।
ଏହି ସ୍ପେଶାଲ ଫେଷ୍ଟିଭାଲ ଆଡଭାନ୍ସ ଯୋଜନା ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ରାଜ୍ୟ ଏଥିରେ ସାମିଲ ହେବ ତେବେ ୮ ହଜାର କୋଟିର ଅତିରିକ୍ତ ଉପଭୋକ୍ତା ଦାବି ସୃଷ୍ଟି ହେବ ।
ଏଲଟିସି କ୍ୟାଶ ଭାଉଚର ଯୋଜନା: ଏହି ଯୋଜନା ଅନୁଯାୟୀ ସରକାରୀ କାର୍ମଚାରୀଙ୍କୁ ନଗଦ ରାଶି ମିଳିବ । ଯେଉଁଥିରୁ ସେମାନେ ଖର୍ଚ୍ଚ କରି ପାରିବେ । ଏହାଦ୍ୱାରା ଅର୍ଥବ୍ୟବସ୍ଥାରେ ବୃଦ୍ଧି ହେବ । ପିଏସୟୁ ଏବଂ ସାର୍ବଜନିକ ବ୍ୟାଙ୍କ କର୍ମଚାରୀଙ୍କୁ ଏହି ଯୋଜନାର ଲାଭ ମିଳିବ ।
ଏଲଟିସି ବଦଳରେ ନଗଦ ଡିଜିଟାଲ ପେମେଣ୍ଟ ମଧ୍ୟ କରାଯିବ । ସେହି ଅନୁଯାୟୀ ଟ୍ରେନ ବା ବିମାନର ଭଡା ପ୍ରଦାନ କରାଯିବ ଏବଂ ଏହା ଟକସମକ୍ତ ରହିବ । ଏଲଟିସି ପାଇଁ ସରକାରଙ୍କ ଖର୍ଚ୍ଚ ନଗଦ ଉପରେ ୫,୬୭୫ କୋଟି ଟଙ୍କା ହେବ । ସାର୍ବଜନିକ ସଂସ୍ଥା ଏବଂ ବ୍ୟାଙ୍କ ଗୁଡିକୁ ୧୯୦୦ କୋଟି ଦିଆଯିବ । ସେହିପରି ରାଜ୍ୟ ସରକାର ଏବଂ ଘରୋଇ କ୍ଷେତ୍ରରେ ଏଲଟିସି କାର୍ଯ୍ୟକାରୀ କରିପାରିବେ । ଏହାଦ୍ୱାରା ୨୮ ହଜାର କୋଡି ଟଙ୍କା ଅତିରିକ୍ତ ଉପଭୋକ୍ତାଙ୍କ ଆୟ ହେବ ଏବଂ ଏଥିରେ ଗରିବ ମଧ୍ୟ ଉପକୃତ ହେବେ ।
ଅନ୍ୟପଟେ ସରକାର ରାଜ୍ୟଗୁଡିକରେ ୫୦ ବର୍ଷ ପାଇଁ ୧୨ ହଜାର କୋଟି ଟଙ୍କା ସୁଧମୁକ୍ତ ଋଣ ଘୋଷଣା କରିଛନ୍ତି । ଏଥିରେ ପୂର୍ବତ୍ତର ରାଜ୍ୟଗୁଡିକ ପାଇଁ ୧୬୦୦ କୋଟି ଟଙ୍କା ଏବଂ ଉତ୍ତରାଖଣଣ୍ଡ ଓ ହିମାଚଳ ପାଇଁ ୯୦୦ କୋଟି ଟଙ୍କା ରହିଛି । ଏହାବ୍ୟତିତ ଯୋଜନାନୁଯାୟୀ ଅନ୍ୟ ରାଜ୍ୟଗୁଡିକ ପାଇଁ ୭୫୦୦ କୋଟି ଟଙ୍କା ରହିଛି