ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅକ୍ଟୋବର ୧୭ ରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ନବରାତ୍ରୀ । ଏହି ଅବସରରେ ମା’ଦୁର୍ଗାଙ୍କର ନଅ ସ୍ୱରୂପକୁ ପୂଜା କରାଯିବାର ବିଧି ରହିଛି । ଏହାସହିତ ବ୍ରତଧାରୀ ମାନେ ନଅ ଦିନ ଯାକ ବ୍ରତ ଧାରଣ କରିଥାନ୍ତି । ସେହିପରି ନବରାତ୍ରୀରେ କନ୍ୟା ପୂଜନର ଖୁବ୍ ମହତ୍ୱ ରହିଛି ।
ନଅଟି କନ୍ୟାକୁ ନଅ ଦେବୀଙ୍କ ପ୍ରତିବିମ୍ବ ରୂପେ ପୂଜା କରିବା ପରେ ହିଁ ବ୍ରତଧାରୀଙ୍କ ବ୍ରତ ପୁରଣ ହୋଇଥାଏ । ଏହାସହିତ ସମସ୍ତ ଶୁଭ କାର୍ଯ୍ୟର ଫଳ ପ୍ରାପ୍ତି ପାଇଁ କନ୍ୟା ପୂଜନ କରାଯାଇଥାଏ । ଏହାବ୍ୟତିତ କନ୍ୟା ପୂଜନ କରିବା ଦ୍ୱାରା ସମ୍ମାନ, ଧନ, ବିଦ୍ୟା ଏବଂ ତେଜ ପ୍ରାପ୍ତ ହୋଇଥାଏ । ଏହାଦ୍ୱାରା ବିଘ୍ନ, ଭୟ ଏବଂ ଶତୃଙ୍କ ନାଶ ହୋଇଥାଏ । ହୋମ, ଜପ ଏବଂ ଦାନ ଦ୍ୱାରା ଦେବୀ ସେତିକି ପ୍ରସନ୍ନ ହୋଇନଥାନ୍ତି ଯେତିକି କନ୍ୟା ପୂଜନ ଦ୍ୱାରା ହୋଇଥାନ୍ତି ।
ନବରାତ୍ରୀର ନଅ ଦିନ ଯାକ ଭକ୍ତଟି ପୁରା ଭକ୍ତି ଭାବର ସହ ମାତାଙ୍କ ଉପାସନା କରିଥାଏ । ଏହାପରେ ନବମୀ ଦିନ କନ୍ୟା ପୂଜନ କରଯାଇଥାଏ । ଅଷ୍ଟମୀ ଏବଂ ନବମୀ ଦୁଇ ଦିନ ମଧ୍ୟରେ ଯେଉଁ ଦିନ ହେଲେ ବି କନ୍ୟା ପୂଜନ କରିପାରିବେ ।ଏହି ଅବସରରେ ଭକ୍ତଟି ନିଜ ସାମର୍ଥ୍ୟ ଅନୁସାରେ କନ୍ୟାଙ୍କୁ ଭୋଗ ଲଗାଇ ଦକ୍ଷୀଣା ପ୍ରଦାନ କରିଥାନ୍ତି । କନ୍ୟା ପୂଜନ କରିବା ପରେ ହିଁ ନବରାତ୍ରୀ ପୂଜା ସଫଳ ହୋଇଥାଏ । ଏଭଳି କରିବା ଦ୍ୱାରା ମା ଦୁର୍ଗ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।