ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିଜିଟାଲ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମ ଏବେ କ୍ରେଡିଟ କାର୍ଡରୁ ୱାଲେଟକୁ ଟଙ୍କା ଆଡ୍ କରିବା ଉପରେ ଦୁଇ ପ୍ରତିଶତ ଅତିରିକ୍ତ ଶୁଳ୍କ ନେବ । ଏହାପୂର୍ବରୁ ଯଦି କୌଣସି ଉପଭୋକ୍ତା ଗୋଟେ ମାସରେ କ୍ରେଡିଟ କାର୍ଡରୁ ତାଙ୍କ ୱାଲେଟରେ ୧୦ ହଜାରରୁ ଅଧିକ ଟଙ୍କା ଆଡ କରୁଥିଲେ ତେବେ ତାଙ୍କୁ ଦୁଇ ପ୍ରତିଶତ ଶୁଳ୍କ ଦେବାକୁ ପଡୁଥିଲା ।
କମ୍ପାନୀର ଏହି ନିଷ୍ପତିରେ ଏବେ ଗ୍ରାହକଙ୍କୁ ଝଟକା ଲାଗିଛି । ଖାସକରି ସେହିମାନଙ୍କୁ ଅଧିକ ଝଟକା ଲାଗିଛି ଯେଉଁମାନେ ବ୍ୟାଙ୍କ ଆକାଉଣ୍ଟ ବଦଳରେ କ୍ରେଡିଟ କାର୍ଡରେ ଟଙ୍କା ଆଡ୍ କରି ପେମେଣ୍ଟ କରୁଥିଲେ । କିନ୍ତୁ ଏବେ କ୍ରେଡିଟ କାର୍ଡରୁ ପେଟିଏ ୱୋଲେଟକୁ ଟଙ୍କା ଆଡ କରିବା ଉପରେ ଗ୍ରାହକଙ୍କୁ ଏକ ମେସେଜ ଆସୁଛି କି ଏହି ସେବା ପାଇଁ ତାଙ୍କୁ ଦୁଇ ପ୍ରତିଶତ ଶୁଳ୍କ ଦେବାକୁ ପଡିବ ।
ପ୍ରକୃତରେ ଯେତେବେଳେ କ୍ରେଡିଟ କାର୍ଡରୁ ଟଙ୍କା ଆଡ କରାଯାଏ ସେତେବେଳେ ବ୍ୟାଙ୍କ ବା ପେମେଣ୍ଟ ନେଟୱାର୍କକୁ ଅଧିକ ଶୁଳ୍କ ଦେବାକୁ ପଡିଥାଏ । ସେଥିପାଉଁ ଏହି ମାମଲୁ ଶୁଳ୍କ ନିଆଯାଉଛି ।