ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାରେ କଲବଲ ହେଉଛି ସାରା ବିଶ୍ୱ । ଏହାରି ମଧ୍ୟରେ ଏକ ଭଲ ଖବର ଆସିଛି । ୟୁରୋପୀୟ ଦେଶ ବେଲଜିୟମରେ କରୋନା ଟୀକାର ଉତ୍ପାଦନ ଆରମ୍ଭ ହୋଇଯାଇଛି । ଔଷଧୀୟ ନିର୍ମାଣ କମ୍ପାନୀ ଫାଇଜର ପକ୍ଷରୁ କରୋନା ଟୀକାର ଏକ ଲକ୍ଷ ଡୋଜ ଉତ୍ପାଦନ ବେଲଜିୟମ ର ପ୍ଲାଣ୍ଟରେ ଆରମ୍ଭ କରାଯାଇଛି ।
ଆମେରିକି କମ୍ପାନୀ ଫାଇଜର ର କହିବାନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ୧୦ କୋଟି ଡୋଜ ପ୍ରସ୍ତୁତ କରାଯିବ । ପ୍ରତ୍ୟେକ ରୋଗୀଙ୍କୁ ଟୀକାର ଦୁଇଟି ଡୋଜ ଦିଆଯିବ ।
ଜର୍ମାନୀର ବାୟୋଟେକ ସହ ମିଳିତ ଭାବେ କରୋନା ଟୀକା ପାଇଁ ୪୪ ହଜାର ଲୋକଙ୍କ ଉପରେ ଟ୍ରାଏଲ କରୁଛି ଫାଇଜର ।
ଆଗାମୀ ମାସ ନଭେମ୍ବରରେ ଆମେରିକାରେ ଟୀକାର ଜରୁରୀକାଳିନ ମଞ୍ଜୁରୀ ପାଇଁ ଆବେଦନ କରାଯିବ । ଏହାଦ୍ୱାରା ଟୀକା ଲଞ୍ଚ କରିବା ଦୌଡ ରେ ଆଗରେ ରହିବ ଫାଇଜର ।