ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୬ ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଆଜି ମୁଁ ସନ୍ଧ୍ୟା ୬ ଟାର ଦେଶବାସୀଙ୍କୁ ସମ୍ବୋଧିତ କରିବି । ଆପଣମାନେ ନିଶ୍ଚିତ ରୂପେ ଯୋଡି ହେବେ ।
କରୋନା କାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏହାପୂର୍ବରୁ ଅନେକ ଥର ଦେଶବାସୀଙ୍କୁ ସମ୍ବୋଧିତ କରି ସାରିଛନ୍ତି । କିନ୍ତୁ ମୋଦି ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ କି ବାର୍ତ୍ତା ଦେବେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ କୁହାଯାଉଛି କି କୋଭିଡ୧୯ ଏବଂ ଆଗାମୀ ପାର୍ବଣ ଋତୁ ବିଷୟରେ ବାର୍ତ୍ତା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ।
ସୂଚନାଯୋଗ୍ୟ, ଦେଶର ଜାରି ରହିଛି କରୋନା ସଙ୍କଟ । ପ୍ରଧାନମନ୍ତ୍ରୀ ତାଙ୍କର ପ୍ରତି ସମ୍ବୋଧନାରେ ଦେଶବାସୀଙ୍କୁ କୋଭିଡ ନିୟମ ପାଳନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା, ମାସ୍କ ପିନ୍ଧିବା ପାଇଁ ଅପିଲ କରୁଥିବାର ନଜର ଆସିଛନ୍ତି ।