ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପୁଣି କମିଛି ସୁନା ରେଟ । ଗତ ଏକ ମାସ ହେବ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇ ଆସୁଛି । ଚଳିତ ସପ୍ତାହର ଦ୍ୱିତୀୟ ଦିନ ଅର୍ଥାର ମଙ୍ଗଳବାର ସୁନା ଦରରେ ହ୍ରାସ ସହ କାରବାର ଆରମ୍ଭ ହୋଇଥିଲା । ଗହଣା ବଜାରରେ ଚାହିଦା କମ୍ ଥିବାରୁ ନିବେଶକମାନେ ସୁନାରୁ ମୁହଁ ଫେରାଇ ନେଇଥିଲେ । ଫଳରେ ଆଜି ସୁନା ଦର ୦.୨୩ ପ୍ରତିଶତ ପାଇ ୧୦ ଗ୍ରାମ ପିଛା ୫୦,୫୭୦ ଟଙ୍କା ରହିଛି ।
ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଡିସେମ୍ବରରେ ସୁନାର ଆଗାମି ଦର ୧୧୭ ଟଙ୍କା ଅର୍ଥାତ ୦.୨୩ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୫୦,୫୭୦ ରହିଛି । ସେହିପରି ସୁନାର ଫେବ୍ରୁଆରୀ ମାସର ରେଟ ୮୪ ଟଙ୍କା ଅର୍ଥାତ ୦.୧୭ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୫୦,୬୬୦ ରହିଯାଇଛି । । ନ୍ୟୁୟର୍କରେ ମଧ୍ୟ ସୁନା ୦.୪୪ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୯୦୩.୨୦ ଡଲାର ହୋଇଛି ।ଦିଲ୍ଲୀର ଗହଣା ବଜାରରେ ସୁନା ମଙ୍ଗଳବାର ୨୬୮ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୦,୮୬୦ରେ ବନ୍ଦ ହୋଇଛି । ଏଚଡିଏଫସି ସିକ୍ୟୋରିଟିଜ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାର ପୂର୍ବ ଦିନ ସୁନା ୫୧,୧୨୮ରେ ବନ୍ଦ ହୋଇଥିଲା ।ବିଶେଷଜ୍ଞଙ୍କ କହିବାନୁସାରେ, ପୁଞ୍ଜି ନିବେଶକଙ୍କୁ ଆମେରିକୀୟ ପ୍ରୋତ୍ସାହନ ରାଶି ବାବଦରେ ଅଧିକ ତଥ୍ୟ ଜଣାପଡିନାହିଁ । ତେଣୁ ସୁନାର ଦାମରେ ହ୍ରାସ ପରିଲକ୍ଷିତ ହୋଇଛି । ଆମେରିକାରେ କରୋନା ଭାଇରସକୁ ନେଇ ଖରାପ ସ୍ଥିତି ଉପୁଜିଛି । ଆଗକୁ ମଧ୍ୟ ସୁନାର ଦାମ୍ ଅଧିକ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।।ତେବେ ଦୀପାବଳି ସମୟେର ସୁନାର ଦାମ୍ ୫୨ ହଜାରରୁ ୫୪ ହଜାର ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024