ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଲର ଆଇଡି କୁହାଯାଉଥିବା ଆପ୍ ଟ୍ରୁକଲର ରେ ତିନୋଟି ନୂତନ ଫିଚର୍ସ ସାମିଲ କରାଯାଇଛି । ଏହାକୁ କଲ ରିଜନ୍, ଶେଡ୍ୟୁଲ ଏସଏମଏସ ଏବଂ ଏସଏମଏସ ଟ୍ରାନ୍ସଲେସନ ନାମରେ ସାମିଲ କରାଯାଇଛି । ପ୍ରଥମେ କଲ୍ ରିଜନ ଫିଚର ସାହାର୍ଯ୍ୟରେ ୟୁଜର୍ସ କଲ୍ କରିବା ପୂବରୁ ତାର କାରଣ ସେଟ କରି ପାରିବେ । ଯାହଦ୍ୱାରା ଯେଉଁ ବ୍ୟକ୍ତି କଲ ରିସିଭ୍ କରିବେ ସେ ସହଜରେ ଜାଣିପାରିବେ କି କେଉଁଥି ପାଇଁ କଲ କରାଯାଇଛି ।
ସେହିପରି ଯଦି ଶେଡ୍ୟୁଲ ଏସଏମଏସ ଫିଚର କଥା କହିବା ତେବେ ଏହି ଫିଚର ଜରିଆରେ ୟୁଜର୍ସ କୌଣସି ଇଭେଣ୍ଟ, ମିଟିଙ୍ଗ ବା କୌଣସି କାରଣର ମେସେଜ ରିମାଇଣ୍ଡର ଶେଡ୍ୟୁଲ କରିପାରିବେ । ଏହି ଫିଚର ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ମେସେଜ ପଠାଇବା ସମୟରେ ଡେଟ ଏବଂ ଟାଇମ ସେଟ କରିବାକୁ ହେବ । ଏହାପରେ ନିର୍ଦ୍ଧାରିତ ସମୟରେ ଏସଏମଏସ ସେଣ୍ଡ ହୋଇଯିବ ।
ଏହାବ୍ୟତିତ ତୃତୀୟ ଡ଼ିଚର ହେଉଛି ଏସଏମଏସ ଟ୍ରାନ୍ସଲେସନ ଫିଚର । ଯଦି ବିଦେଶୀ ଭାଷାରେ କୌଣସି ମେସେଜ ଆସୁଛି ତେବେ ଏହି ଫିଚର ଜରିଆରେ ଟ୍ରାନ୍ସଲେସନ ହୋଇଯିବ । ଆପଣ ସହଜରେ ଜାଣିପାରିବେ ମେସେଜରେ କଣ ଲେଖା ହୋଇଛି ।