ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଯଦି ଆପଣ ଜୀବନସାଥୀ ଖୋଜୁଛନ୍ତି ତେବେ ସେଥିପାଇଁ ଖୁବ ଶୀଘ୍ର ଆପଣଙ୍କ ସାହାରା ହୋଇପାରେ ଫେସବୁକ । ଏଣିକି ଜୀବନସାଥୀ ଖୋଜିବା ପାଇଁ ନା ଆପଣଙ୍କୁ କୌଣସି ଡେଟିଙ୍ଗ ଆପ୍ କୁ ଯିବାକୁ ପଡିବ ନା ମ୍ୟାଟ୍ରିମୋନିଆଲ ସାଇଡରେ ରଜିଷ୍ଟ୍ରେସନ କରିବାକୁ ହେବ । ବ୍ରିଟେନ ଏବଂ ୟୁରୋପରେ ସୋସିଆଲ ମିଡିଆର ପୁରାତନ କମ୍ପାନୀ ଫେସବୁକ ତାର ବହୁପ୍ରତିକ୍ଷିତ ଡେଟିଙ୍ଗ ସେବା ଫେସବୁକ ଡେଟିଙ୍ଗ ଲଞ୍ଚ କରିଛି । ଏହା ଜରିଆରେ ଆପଣ ଫେସବୁକରେ ସାଙ୍ଗ କରିବା ସହିତ ଜୀବନସାଥୀ ବି ବାଛି ପାରିବେ ।
କମ୍ପାନୀର କହିବାନୁଯାୟୀ, ଗତ ସେପ୍ଟମ୍ବରରେ ଫେସବୁକ ଡେଟିଙ୍ଗ ଆରମ୍ଭ କରିବା ପରେ ଏପର୍ଯ୍ୟନ୍ତ ୨୦ ଦେଶରେ ୧.୫ ବିଳିଅନରୁ ଅଧିକ ଯୋଡି ମ୍ୟାଚ କରାଯାଇସାରିଲାଣି । ବର୍ତ୍ତମାନ ଭାରତରେ ଏହି ସୁବିଧା ଉପଲବ୍ଧ ହୋଇନାହିଁ । ଏହି ଫେସବୁକ ଡେଟିଙ୍ଗ ଆପ୍ ରେ ଅନେକ ମଜାଦାର ଫିଜର ବି ଉପଲବ୍ଧ ଅଛି
ଫେସବୁକର ଡେଟିଙ୍ଗ ପ୍ରୋଫାଇଲ ମୂଳ ଆକାଉଣ୍ଟ ସହ ଯୋଡି ହେବ । ସେଥିପାଇଁ ଏଥିରେ ଭୁଳ ତଥ୍ୟ ଦେବା ମହଙ୍ଗା ପଡିବ । କେବଳ ଏତିକି ନୁହେଁ ଚାଟିଙ୍ଗ ସମୟରେ ୟୁଜର୍ସ ସମ୍ଭାବିତ ପାର୍ଟନର୍ସଙ୍କୁ ଫଟୋ-ଭିଡିଓ ପଠାଇ ପାରିବେ ନାହିଁ । ସାଇଟ୍ ରେ ପସନ୍ଦ ନାପସନ୍ଦ ଆଧାରରେ ହିଁ ପାର୍ଟନର ଖୋଜିବା ସମ୍ଭବ ହେବ । ଯଦି ଆପଣ ଫେସବୁକ ଡେଟିଙ୍ଗ ପ୍ରୋଫାଇଲ କରି ଦେଉଛନ୍ତି ଏବଂ ପରେ ଏହାକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଆପଣଙ୍କର ଫେସବୁକ ଆକାଉ୍ଟ ଡିଲିଟ ନକରି ଯେକୌଣସି ସମୟରେ ଆପଣଙ୍କ ଡେଟିଙ୍ଗ ପ୍ରୋଫାଇଲ ଡିଲିଟ କରି ପାରିବେ ।