ଭୁୁବନେଶ୍ୱର (ଏଟିଆର ବ୍ୟୁରୋ): ପଈଡ ପାଣୀ ପିଇବାର ସବୁଠାରୁ ଭଲ ସୟମ ହେଉଛି ସକାଳ । ସେଥିପାଇଁ ନିୟମିତ ଖାଲି ପେଟରେ ନିହାତି ଭାବେ ପଈଡ ପାଣି ପିଅନ୍ତୁ । ଏହା ବ୍ୟତୀତ ବ୍ୟାୟାମ କରି ସାରିବା ପରେ,ମଧ୍ୟାହ୍ନ ଭୋଜନର ଟିକେ ସମୟରେ ପରେ ଏବଂ ସଂନ୍ଧ୍ୟା ସମୟରେ ମଧ୍ୟ ପଈଡ ପାଣି ପିଇ ପାରିବେ । ଏହାଦ୍ୱାରା ଆପଣଙ୍କ ଶରୀରର ଓଜନ ନିୟନ୍ତ୍ରଣରେ ରହିଥାଏ, ଏହାସହିତ ଶରରୀକୁ ଶକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ପଈଡ ପାଣି ପିଇବାର ଫାଇଦା..
– ଖରାଦିନେ ପଈଡ ପାଣି ପିଇବା ଦ୍ୱାରା ଶରୀରରେ ପାଣିର ମାତ୍ରା ସଠିକ୍ ରହିଥାଏ । ଯଦି ଆପଣଙ୍କ ଶରୀରରେ ପାଣିର ମାତ୍ରା କମ ହେବ ତାହାଲେ ଅନେକ ସମସ୍ୟା ଦେଖାଦେବ ।
– ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ପଈଡ ପାଣି ଖୁବ୍ ସହାୟକ ହୋଇଥାଏ । ଏଥିରେ ଥିବା ଭିଟାମିନ୍-ସି, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ ।
– ପଈଡ ପାଣିରେ ଥିବା ଆଣ୍ଟିଅକ୍ସିଡେଣ୍ଟସ୍, ମ୍ୟାଗ୍ନେସିୟମ ଏବଂ ଏମିନୋ ଏସିଡ୍ ଭଳି ତତ୍ୱ କୋଲେଷ୍ଟ୍ରଲ ମାତ୍ରକୁ ନିୟନ୍ତ୍ରଣରେ ରଖିଥାଏ । ଏହା ସହିତ ହାର୍ଟ ଏବଂ ଅନେକ ସମସ୍ୟା ଦୂର ହୋଇଥାଏ ।
– ଶରୀରୁ ହ୍ୟାଙ୍ଗଓଭର ଦୂର କରିବା ପାଇଁ ମଧ୍ୟ ପଈଡ ପାଣି ସହାୟକ ହୋଇଥାଏ ।
– ଖରାଦିନେ ଅଧିକ ଝାଳ ବୋହୁଥିବା ଯୋଗୁଁ ଶରୀରରୁ ସମସ୍ତ ତରଳ ପଦାର୍ଥ ବାହାରି ଯାଇଥାଏ । ଏହଦ୍ୱାରା ଆପଣ ଝାଡା, ବାନ୍ତି, ମୁଣ୍ଡବ୍ୟଥା ଆଦି ବିଭିନ୍ନ ସମସ୍ୟାର ଶିକାର ହୋଇଥାନ୍ତି । ସେହି ସମୟରେ ପଈଡ ପାଣି ପିଅନ୍ତୁ, ଏହା ଶରୀରକୁ ଶକ୍ତି ଯୋଗାଇଥାଏ ।
– ଯଦି ଆପଣଙ୍କ କିଡନୀ ରେ ଷ୍ଟୋନ ହୋଇଛି ତାହାଲେ ଆପଣ ସପ୍ତାହରେ ୨-୩ଥର ପଈଡ ପାଣି ପିଅନ୍ତୁ । ଏହାଦ୍ୱାରା ଧୀରେ ଧୀରେ ଏହି ସମସ୍ୟାର ସମାଧାନ ହୋଇଯିବ ।