ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆତଙ୍କ ରଚି ଚାଲିଛି ମହାମାରୀ କରୋନା । ଏହାକୁ ଦୃଷ୍ଟିରେ ରଖି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଦେଶରେ ଦ୍ୱିତୀୟ ଥର ଲକଡାଉନ ଲଗାଇବାର ଘୋଷଣା କରିଛନ୍ତି । ସେ କହିଛନ୍ତି କରୋନାର ଦ୍ୱିତୀୟ ଲହରୀ ବହୁତ ବିପଦପୂର୍ଣ୍ଣ ହୋଇପାରେ । ଯଦି କଡା ସତର୍କତା ଅବଲମ୍ବନ ନକରାଯାଏ ତେବେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ପର୍ଯ୍ୟନ୍ତ ପହଁଚିପାରେ ।
ଦେଶରେ ଶୁକ୍ରବାର ଠାରୁ ଲକଡାଉନ୍ ଲାଗୁ ହୋଇ ଡିସେମ୍ବର ପର୍ଯ୍ୟନ୍ତ ରହିବ । ହୁଏତ ଦେଶରେ ଲାଗୁ ହୋଇଥିବା ପୂର୍ବ ଲକଡାଉନ ଅପେକ୍ଷା ଦ୍ୱିତୀୟ ଲକଡାଉନରେ ସାମାନ୍ୟ କୋହଳ ରହିବ । ଏହି ଅବସରରେ ସ୍କୁଲ, ଜନସେବା ଏବଂ ଜରୁରୀକାର୍ଯ୍ୟାଳୟ ଖୋଲା ରହିବ । କିନ୍ତୁ ବାର୍ ଏବଂ ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିବ ।
ଫ୍ରାନ୍ସରେ ପୁଣିଥରେ ଭୟଙ୍କର ରୂପ ଧାରଣ କରିଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨୩ ଲୋକଙ୍କ ମୃତ୍ୟୁ ହୋଇଛି, ଯାହା ଏପ୍ରିଲ ପରଠାରୁ ସବୁଠାରୁ ଅଧିକ ।