ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁରୁବାର ଦିନ ଭଗବାନ ବୃହସ୍ପତିଙ୍କୁ ସମର୍ପିତ କରାଯାଇଥାଏ । ଏହି ଦିନ ଭଗବାନ ବୃହସ୍ପତିଙ୍କୁ ବିଧି-ବିଧାନ ସହ ପୂଜାର୍ଚ୍ଚନା କରାଯାଇଥାଏ । ବୃହସ୍ପତିଙ୍କୁ ଦେବତାମାନଙ୍କର ଗୁରୁ ବୋଲି କୁହାଯାଏ । ବିଶ୍ୱାସ ରହିଛି କି ବୃହସ୍ପତିଙ୍କୁ ପୂଜା କରିବା ଦ୍ୱାରା ବିବାହ ମାର୍ଗରେ ଉପୁଜୁଥିବା ବାଧା ଦୂର ହୋଇଥାଏ । ଏହାସହିତ ବୃହସ୍ପତିଙ୍କ କୃପାରୁ ଉଚ୍ଚ ଶିକ୍ଷା ଏବଂ ଅପାର ଧନ ପ୍ରାପ୍ତିର ଯୋଗ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଭଲ ଘର, ଭଲ ଚାକିରି, ଧନ, ଶିକ୍ଷା ଆଦି ଆଶା କରିଥାନ୍ତି । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୃହସ୍ପତିଙ୍କ ପୂଜା କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ ବୃହସ୍ପତିଙ୍କୁ ପ୍ରସନ୍ନ କରିବାର ସହଜ ଉପାୟ ।
– ବିଶ୍ୱାସ ରହିଛି କି ଗୁରୁବାର ଦିନ ପାଣିରେ ହଳଦି ପକାଇ ସ୍ନାନ କରିବା ଦ୍ୱାରା ଭଗବାନ ବୃହସ୍ପତିଙ୍କ ଆର୍ଶିବାଦ ପ୍ରାପ୍ତି ହୋଇଥାଏ । ଏହାସହିତ ଏହିଦିନ କଦଳୀ ଗଛ ପୂଜା କରିବା ଶୁଭ ହୋଇଥାଏ ।
– ଗୁରୁବାର ଦିନ ଭଗବାନ ସତ୍ୟନାରାୟଣଙ୍କ କଥା ଶୁଣିବା ଶୁଭ ହୋଇଥାଏ । ସେହିପରି ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ।
– ଗୁରୁବାର ଦିନ କାହାରିକୁ ଉଧାର ଦେବା ଉଚିତ ନୁହେଁ କି ନେବା ବି ଉଚିତ୍ ନୁହେଁ । କୁହାଯାଏ ଏଭଳି କରିବା ଦ୍ୱାରା ଜାତକରେ ଗୁରୁଙ୍କ ସ୍ଥିତି ଖରାପ ହୋଇଯାଏ । ଯାହାଫଳରେ ଆର୍ଥିକ ସମସ୍ୟା ଉପୁଜି ଥାଏ ।
– ଗୁରୁବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଉଚିତ୍ । ସ୍ନାନ କରିବା ପରେ ଓଁ ବୃ ବୃହସ୍ପତେ ନମଃ ଜପିବା ଦ୍ୱାରା ଧନ ସମ୍ପତି ବୃଦ୍ଧି ହୋଇଥାଏ ।
– ଏହିଦିନ ଭଗବାନ ବିଷ୍ଣୁଙ୍କ ଫଟୋ ବା ପ୍ରତିମା ଆଗରେ ଘିଅ ଦୀପ ଜାଳିବା ଦ୍ୱାରା ଆର୍ଶିବାଦ ପ୍ରାପ୍ତି ହୋଇଥାଏ ।
– ଭଗବାନ ବୃହସ୍ପତିଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ । ସେଥିପାଇଁ ଗୁରୁବାର ବ୍ରାହ୍ମଣଙ୍କୁ ହଳଦିଆର ରଙ୍ଗ ଜିନିଷ ଦାନ କରନ୍ତୁ ।
– ଯଦି ରୋଜାଗାର ସମ୍ବନ୍ଧୀୟ ବାଧା ଉପୁଜୁଥାଏ ତେବେ ଗୁରୁବାର କୌଣସି ମନ୍ଦିରରେ ହଳଦିଆ ରଙ୍ଗର ବସ୍ତ୍ର, ଫଳ ଆଦି ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ସମସ୍ୟା ଦୂର ହୋଇଥାଏ ।