ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେରଳର ସବରିମାଲାରେ ଦୁଇ ମାସ ପର୍ଯ୍ୟନ୍ତ ଚାଲୁଥିବା ତୀର୍ଥଯାତ୍ରା ପାଇଁ ଭଗବାନ ଅୟପ୍ପା ମନ୍ଦିରର ଦ୍ୱାର ନଭେମ୍ବର ୧୬ ରୁ ଖୋଲାଯିବ । ଏହି ଅବସରରେ ପ୍ରତ୍ୟେକ ଦିନ ପାଖାପାଖି ଏକ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଛୁଟି ଏବଂ ମକରାବିଲକ୍କୁ ଦିବସ ଅବସରରେ ଦର୍ଶନ ପାଇଁ ଅଧିକ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯିବ । ଏହାସହିତ ମଣ୍ଡଳା-ମକରାବିଲକ୍କୁ ପାଇଁ ମନ୍ଦିର ଖୋଲିବାର ପ୍ରସ୍ତୁତି ଶେଷ ହୋଇ ସାରିଛି ।
କୋଭିଡ୧୯ କୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ପ୍ରବନ୍ଧ କରାଯାଇଛି । ସେହିପରି ପାଞ୍ଚ ଦିବସୀୟ ମାସିକ ପୂଜା ପାଇଁ ଆୟପ୍ପା ମନ୍ଦିର ଦ୍ୱାର ଅକ୍ଟୋବର ୧୭ ରେ ଖୋଲାଯାଇଥିଲା । ଏହାପୂର୍ବରୁ ଗତ ଛଅ ମାସ କାଳ ମନ୍ଦିର ଦ୍ୱାର ବନ୍ଦ ଥିଲା ।