ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । ଏନେଇ ଗାଁଠୁ ନେଇ ସହର ଚାରିଆଡେ ଉତ୍ସବମୁଖର । କୁମାରୀ ମାନଙ୍କର ଏହା ହେଉଛି ଏକ ବଡ ପର୍ବ । କହାଯାଏ ଭଲ ବରଟିଏ ପାଇବା ପାଇଁ କୁମାରୀ ମାନେ ଏହି ଓଷା କରିଥାନ୍ତି ।
ସେଥିପାଇଁ କମାର ପୂର୍ଣ୍ଣିମା ଦିନ ବଡି ଭୋର କୁମାରୀ ମାନେ ଉଠି ସେମାନଙ୍କ ନିତ୍ୟକର୍ମ ସାରି ନୂତନ ବସ୍ତ୍ର ବିନ୍ଧ ଚଉଁରାମୂଳେ ଆଞ୍ୁଳା ଟେକିଥାନ୍ତି । ସେଥିପାଇଁ ଏକ କୁଲାରେ ଅଛଡା ଲିଆ, ଗୁଆ, ନଡିଆ, କଦଳୀ, କଷି କାକୁଡି, କଷି ଜହ୍ନି, ଫୁଲ ଆଦି ଏଭଳି ସାତଟି ଜିନିଷକୁ ସାତ ଥର ଆଞ୍ଜୁଳା ଟେକିଥାନ୍ତି । ଏହାପରେ ସୂର୍ଯ୍ୟଙ୍କୁ ନମସ୍କାର କରିଥାନ୍ତି ।
ସେହିପରି ସନ୍ଧ୍ୟାରେ ଲିଆରେ ଫଳ, ଛେନା ଆଦି ମିଶ୍ରଣ କରି ଏକ ଭୋଗ ପ୍ରସ୍ତୁତ କରି ସେହି ଚକଡା ଭୋଗରେ ଏକ ଚାନ୍ଦ ପ୍ରସ୍ତୁତ କରି ଚଉଁରାମୂଳେ ପୂଜା କରାଯାଇଥାଏ । ଏହାପରେ ଚନ୍ଦ୍ରଙ୍କୁ ପ୍ରଣାମ କରିଥାନ୍ତି କୁଆଁରୀ କନ୍ୟା ।