ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଦେଶରେ ପ୍ରଥମ ଥର ପାଇଁ ରେଲୱେର ଗତି ବନ୍ଦ ଥିଲା । କିନ୍ତୁ କରୋନା ସଙ୍କଟ ମଧ୍ୟରେ ଶ୍ରମିକ ମାନଙ୍କୁ ଘରେ ପହଁଚାଇବା ପାଇଁ କିଛି ସ୍ପେଶାଲ ଟ୍ରେନ ଚାଲିଥିଲା । ଏହାବ୍ୟତିତ ରେଲୱେ ଧୀରେ ଧୀରେ ମାଲଗାଡିର ସଂଚାଳନ ଆରମ୍ଭ କରିଛି ।
ସେହିପରି କରୋନା ମଧ୍ୟରେ ଫେଷ୍ଟିଭାଲ କୁ ଦୃଷ୍ଟିରେ ରଖି ସ୍ପେଶାଲ ଟ୍ରେନ ଚଲାଇବାର ନିର୍ଣ୍ଣୟ ନେଇଛି ରେଲୱେ । କିନ୍ତୁ ଏବେ ଛଅଟି ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ଏବଂ ଦୁଇଟି କ୍ଲୋନ ଟ୍ରେନର ସଂଚାଳନକୁ ରଦ୍ଦ କରିଛି ରେଲୱେ । ରେଲୱେର ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଟ୍ରେନ ରଦ୍ଦ ରହିବ । ତେବେ ଫେଷ୍ଟିଭାଲ ସମୟରେ କେଉଁ ଟ୍ରେନ ରଦ୍ଦ ହୋଇଛି ନଜର ପକାନ୍ତୁ ତାର ତାଲିକା ଉପରେ ।
– ପାଟନା, ରାଜେନ୍ଦ୍ର ନଗର ଟର୍ମିନାଲରୁ ନୂଆଦିଲ୍ଲୀ ଆସୁଥିବା ଗାଡି ସଂଖ୍ୟା ୦୩୨୯୩, କ୍ଲୋନ ସ୍ପେଶାଲ ଟ୍ରେନ ନଭେମ୍ବର ୧ ରୁ ରଦ୍ଦ କରାଯାଇଛି ।
– ନୂଆଦିଲ୍ଲୀରୁ ରାଜେନ୍ଦ୍ର ନଗର ଯାଉଥିବା ଟ୍ରେନ ସଂଖ୍ୟା ୦୩୨୯୪ କ୍ଲୋନ ଟ୍ରେନ ୨ ନଭେମ୍ବରରୁ ରଦ୍ଦ ।
– ଆନନ୍ଦ ବିହାର ଷ୍ଟେସନରୁ ଲକ୍ଷେ୍ନø ଯାଉଥିବା ଟ୍ରନ ସଂଖ୍ୟା ୦୪୪୨୨ ଏକ, ଚାରି ଏବଂ ଛଅ ନଭେମ୍ବର ପାଇଁ ରଦ୍ଦ ।
– ନୂଆଦିଲ୍ଲୀରୁ ମାତା ବୈଷ୍ଣୋ ଦେବୀ ଧାମ କଟରା ଯାଉଥିବା ଟ୍ରେନ ସଂଖ୍ୟା ୦୪୪୦୧ ଦୁଇ ଏବଂ ପାଞ୍ଚ ନଭେମ୍ବର ପାଇଁ ବନ୍ଦ ।
– କଟରା ରୁ ନୂଆଦିଲ୍ଲୀ ଆସୁଥିବା ଟ୍ରେନ ସଂଖ୍ୟା ୦୪୪୦୨ ତିନି ଏବଂ ଛଅ ନଭେମ୍ବର ପାଇଁ ରଦ୍ଦ ।
– ଦିଲ୍ଲୀରୁ ବଂଠିଡା ଯାଉଥିବା ଟ୍ରେନ ସଂଖ୍ୟା ୦୪୫୧୯ ନଭେମ୍ବର ୭ ରେ ରଦ୍ଦ ।
– ବଂଠିଡାରୁ ନୂଆଦିଲ୍ଲୀ ଆସୁଥିବା ଟ୍ରେନ ସଂଖ୍ୟା ୦୪୫୨୦, ନଭେମ୍ବର ୧ ରୁ ୮ ତାରିଖ ଯାଏଁ ରଦ୍ଦ କରାଯାଇଛି ।