ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଖାଦ୍ୟରେ ଭୃଷଙ୍ଗ ପତ୍ର ବ୍ୟବହାର କରାଯାଏ । ଏହାଦ୍ୱାରା ଖାଦ୍ୟର ସ୍ୱାଦ ଦୁଇ ଗୁଣା ହୋଇଯାଇଥାଏ । ଏହାସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭୃଷଙ୍ଗ ପତ୍ର ଖୁବ୍ ଉପଯୋଗୀ । ଯଦି ଆପଣମାନେ ଭୃଷଙ୍ଗ ପତ୍ର ବ୍ୟବହାର କରୁ ନାହାନ୍ତି ତେବେ ଡେରି ନକରି ତୁରନ୍ତ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତୁ । ହଜନ ହ୍ରାସ କରିବା ପାଇଁ ମଧ୍ୟ ଭୃଷଙ୍ଗ ପତ୍ର ସହାୟକ ହୋଇଥାଏ । ଏହି ପତ୍ର ଆର୍ୟୁବେଦିକ ଔଷଧ ରୂପେ କାମ କରିଥାଏ ।
କିଛି ଲୋକ ଖାଦ୍ୟରେ ଭୃଷଙ୍ଗ ପତ୍ର ବ୍ୟବହାର କରିଥାନ୍ତି ସତ କିନ୍ତୁ ସେହି ପତ୍ରକୁ ଖାଆନ୍ତି ନାହିଁ । ମାତ୍ର ଖାଦ୍ୟ ସେବନ କଲା ବେଳେ ସେହି ପତ୍ରକୁ କାଢି ଫୋପାଡି ଦେଇଥାନ୍ତି । ଯଦି ଆପଣ ବି ଏଭଳି କରୁଛନ୍ତି ତେବେ ଏଭଳି ଭୁଲ୍ ଆଉ କରନ୍ତୁ ନାହିଁ ।
ଯଦି ଆପଣ ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଗୋଟେ ଚାମଚ ଭୃଷଙ୍ଗ ପତ୍ର ରସ ସହିତ ଗୋଟେ ଚାମଚ ମହୁ ମିଶାଇ ପିଅନ୍ତୁ । ଏଥିପାଇଁ ଆପଣ ଚିନି ସେବନ ଠାରୁ ଦୂରେଇ ରୁହନ୍ତୁ ।
ଭୃଷଙ୍ଗ ପତ୍ରର ଫାଇଦା: – ବ୍ଲଡ ସୁଗର ମାତ୍ରା କମ କରିବାର ତତ୍ୱ ଭୃଷଙ୍ଗ ପତ୍ରରେ ରହିଛି ।
– ମଧୁମେୟ ରୋଗୀ ନିୟମିତ ରୂପେ ଏହି ପତ୍ର ସେବନ କରିବା ଉଚିତ୍ ।
– ଯେଉଁ ବ୍ୟକ୍ତି ଭୃଷଙ୍ଗ ପତ୍ର ସେବନ କରନ୍ତି ତାଙ୍କଠାରେ ହୃଦରୋଗ ସମସ୍ୟା ନଥାଏ ।
– ଡାଏଟ ରେ ଏହି ପତ୍ର ଖାଇବା ଦ୍ୱାରା ଶରୀରରେ ଥିବା ବିଶାକ୍ତତ୍ତତତ୍ୱ ବାହାରକୁ ବାହାରି ଯାଇଥାଏ ।
– କୀଡନୀ ପାଇଁ ଏହି ପତ୍ର ବହୁତ ଲାଭଦାୟୀ ।