ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ ସେପ୍ଟମ୍ବର ମାସରେ ଭାରତ ସରକାରଙ୍କ ପକ୍ଷରୁ ପବଜି ମୋବାଇଲ ଏବଂ ପବଜି ମୋବାଇଲ ଲାଇଟ୍ ବ୍ୟାନ କରାଯାଇଥିଲା । ଏହାପରେ ଅକ୍ଟୋବର ୩୦ ରେ ଭାରତରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା ପବଜି ମୋବାଇଲ । କାରଣ ଭାରତୀୟ ସର୍ଭର କୁ ବନ୍ଦ କରିଦେଲା କମ୍ପାନୀ । ଏହାପରେ ଏବେ ପୁଣି ଶୁଣିବାକୁ ମିଳୁଛି କି ଡିସେମ୍ବର ସୁଧା ପବଜି ମୋବାଇଲ ଭାରତରେ ଲଞ୍ଚ ହୋଇପାରେ ।
ଇଂରାଜୀ ଟେକ ୱେବସାଇଟ ଟେକ୍ କ୍ରଞ୍ଚ ର ରିପୋର୍ଟ ମୁତାବକ, ୨୦୨୦ ଶେଷ ସୁଧା ଭାରତରେ ଫେରିପାରେ ପବଜି ମୋବାଇଲ । ଭାରତକୁ ପୁର୍ନବାର ଫେରିବାକୁ ନେଇ କମ୍ପାନୀ ପକ୍ଷରୁ ଅଧିକାରୀକ ଘୋଷଣା କରାଯାଇପାରେ ବୋଲି ଆଶା କରାଯାଉଛି । ରିପୋର୍ଟରେ କୁହାଯାଇଛି କି ପବଜି ମୋବାଇଲ ଭାରତରେ ଫେରିବାକୁ ନେଇ ଗ୍ଲୋବାଲ କ୍ଲାଉଡ ସର୍ଭିସ ପ୍ରୋଭାଇଡରଙ୍କ ସହ ଆଲୋଚନା କରୁଛି ପବଜି କର୍ପୋରେସନ । ଏହାବ୍ୟତିତ ଅନେକ ଷ୍ଟ୍ରିମର ଉପରେ ବି କଥା ବାର୍ତ୍ତା ଚାଲିଛି ।
ଭାରତରେ ପବଜି ମୋବାଇଲ ଏବଂ ପବଜି ମୋବାଇଲ ଲାଇଟ ବ୍ୟାନ ହେବା ଦ୍ୱାରା ଟେଂସେଂଟକୁ ୨.୪୮ ଲକ୍ଷ କୋଟିର କ୍ଷତି ସହିବାକୁ ପଡିଥିଲା । ୨୦୧୮ ମସିହାରେ ଭାରତରେ ଲଞ୍ଚ କରାଯାଇଥିଲା ପବଜି । ୨୦୧୮ ରୁ ୨୦୨୦ ମଧ୍ୟରେ ଭାରତରେ ଏହାର ସବୁଠାରୁ ଅଧିକ ୟୁଜର୍ସ ହୋଇଯାଇଥିଲେ । ବିଶ୍ୱର ମୋଟ ୟୁଜର୍ସଙ୍କ ମଧ୍ୟରୁ ୨୪ ପ୍ରତିଶତ ୟୁଜର୍ସ କେବଳ ଭାରତର ଥିଲେ ।