ମୁମ୍ବାଇ (ଏଟିଆର ବ୍ୟୁରୋ):ଆଜିକାଲି ପ୍ରତ୍ୟେକ ଘରର ଲୋକମାନେ ଯୋଗ ଗୁରୁ ବାବା ରାମ ଦେବଙ୍କ ପ୍ରଡକ୍ଟ ବ୍ୟବହାର କରୁଛନ୍ତି । କାରଣ ଏହି ପ୍ରଡକ୍ଟରେ କୌଣସି ରାସାୟନିକ ପଦାର୍ଥର ମିଶ୍ରଣ ନଥିବାରୁ ଏହାର ଚାହିଦା ବଜାରରେ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ଏବେ ଏହି ପତଞ୍ଜଳୀ ବ୍ରାଣ୍ଡ ଟେଲିକମ ସେକ୍ଟରରେ ଏଣ୍ଟ୍ରି କରିବାକୁ ଯାଉଛି ।
ଯୋଗ ଗୁରୁ ବାବା ରାମଦେବ ଭାରତର ନଂ୧ ଟେଲିକମ ସେକ୍ଟର (ବିଏସନାଲ) ସହାୟତାରେ ଏକ ନୂତନ ସିମ୍ କାର୍ଡର ଶୁଭାରମ୍ଭ କରିଛନ୍ତି । ଏହି ସିମ୍ କାର୍ଡର ନାମ ରହିଛି ‘ସ୍ୱଦେଶୀ ସମୃଦ୍ଧି’ । ୧୪୪ ଟଙ୍କାର ଏହି ସିମ୍ କାର୍ଡରେ ଗ୍ରାହକଙ୍କ ପାଇଁ ଅନେକ ସୁବିଧା ରହିଛି । ଯେପରିକି ଦିନକୁ ୨ ଜିବି ଡାଟା, ୧୦୦ ଏସଏମଏସ, ଅନ୍ଲିମିଟେଡ ଭଏସ କଲ ସହିତ ୩୦ ଦିନ ପର୍ଯ୍ୟନ୍ତି ଏହାର ବୈଧତା ରହିଛି ।
ଏହି ‘ସ୍ୱଦେଶୀ ସମୃଦ୍ଧି’ ସିମ୍ କାର୍ଡକୁ ପ୍ରଥମେ ପତଞ୍ଜଳୀର କର୍ମଚାରୀମାନେ ବ୍ୟବହାର କରିବେ । ତା’ପରେ ଏହି ସିମ୍ କାର୍ଡ ସାଧାରଣ ଜନତା ବ୍ୟବହାର କରିପାରିବେ । ବଜାରରେ ଏହି ସିମ୍ କାର୍ଡ ଲଞ୍ଚ ହେଲା ପରେ ଗାହକ ମାନଙ୍କ ପାଇଁ ପତଞ୍ଜଳୀ ପକ୍ଷରୁ ଅନେକ ସୁବିଧା ଯୋଗାଇ ଦିଆଯିବ ।
ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ପକ୍ଷରୁ ଖୁବ୍ ଶୀଘ୍ର ୫ ଲକ୍ଷ କାଉଣ୍ଟର ଯୋଗେ ଗ୍ରାହକଙ୍କ ପାଇଁ ଏହି ସିମ୍ କାର୍ଡ ଉପଲବ୍ଧ କରାଯିବ । ଯେଉଁ ଗ୍ରାହକ ଏହି ସିମ୍ କାର୍ଡ କ୍ରୟ କରିବେ ତାଙ୍କୁ ପତଞ୍ଜଳୀର ପ୍ରଡକ୍ଟସ ଉପରେ ୧୦ ପ୍ରତିଶତ ରିହାତି ମିଳିବ । ଏହା ସହିତ ଜୀବନ ସୁରକ୍ଷା ବୀମାର ମଧ୍ୟ ସୁବିଧା ପାଇ ପାରିବେ ।