ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ପୁର୍ନବାର କିଛି ଦେଶରେ ଲକଡାଉନ୍ ଜାରି କରାଯାଇଛି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ର ପ୍ରମୁଖ ଟେଡ୍ରୋସ କରୋନାକୁ ନେଇ ଦୁନିଆକୁ ଚେତାବନୀ ଦେଇଛନ୍ତି । ଟେଡ୍ରୋସ କହିଛନ୍ତି କି, ଆମେ ହୁଏତ ମାହାମାରୀ ସହ ଲଢି ଲଢି ଥକି ଯାଇଛୁ, ଏପର୍ଯ୍ୟନ୍ତି ଭାଇରସ ଥକି ନାହିଁ ।
ଡବ୍ଲ୍ୟୁଏଚଓ ର ମୁଖ୍ୟ ବାର୍ଷିକ ସଭାରେ ଟେଡ୍ରୋସ , ନୂତନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମର୍ଥନ କରିଛନ୍ତି ଏବଂ ଆଶା ପ୍ରକଟ କରିଛନ୍ତି କି ଏହାଦ୍ୱାରା ମହାମାରୀ ସମାପ୍ତ କରିବା ପାଇଁ ବୈଷୟିକ ସହଯୋଗ ମିଳିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, କମଜୋର ଲୋକଙ୍କୁ ଶିକାର କରୁଛି ଏହି ଭାଇରସ । ଏନେଇ କିଛି ବି କହି ହେଉ ନାହିଁ । ଆମେ ଏହାକୁ ଅଣଦେଖା କରିପାରିବା ନାହିଁ କି ଏହାସହିତ ଆଶା ମଧ୍ୟ କରିପାରିବା ନାହିଁ ଯେ ଏହା ଦୂର ହୋଇଯିବ ।