ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅଧିନକୁ ଆସିଛି ଡିଜିଟାଲ ମିଡିଆ । ଏନେଇ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗତ ସପ୍ତାହରେ ବସିଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏନେଇ ନିଷ୍ପତି ନିଆଯାଇଥିଲା ।
ସେହିଅନୁଯାୟୀ ଏବେ ଡିଜିଟାଲ ମିଡିଆ ବି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅଧିନରେ ରହିବ । ନିର୍ଦ୍ଦେଶ ଅନୁସାରେ ଏବେ ଅନଲାଇନ ଫିଲ୍ମ, ଅଡିଓ-ଭିଡିଓ କାର୍ଯ୍ୟକ୍ରମ ଏବଂ ଅନଲାଇନ୍ ଖବର ଏବଂ କରେଣ୍ଟ ଆଫେୟାର୍ସ ର କଣ୍ଟେଟ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅନୁଯାୟୀ ଆସିବ ।