ଭୁବନେଶ୍ୱର(ଏଟିଆର ବ୍ୟୁରୋ: ହିନ୍ଦୁ ଧର୍ମରେ ପୂଜାପାଠକୁ ଖୁବ ମାନ୍ୟତା ଦିଆଯାଇଥାଏ । ଦେବୀ ଦେବତା ମାନଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାପାଠ କରାଯାଏ । ଧାର୍ମିକ ଶାସ୍ତ୍ରରେ ପୂଜାପାଠକୁ ନେଇ କେତେକ ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ଘଣ୍ଟିକୁ ନେଇ କିଛି ବିଷେଶ କଥା ।
ମନ୍ଦିରର ପ୍ରବେଶ ଦ୍ୱାରରେ ରହିଥାଏ ଘଣ୍ଟି । ମନ୍ଦିର ଭିତରକୁ ପ୍ରବେଶ କରିବା ମାତ୍ରେ ଘଣ୍ଟି ବଜାଇ ଭିତରକୁ ଯିବାକୁ ପଡ଼ିଥାଏ । କୁହାଯାଏ ଏହାକୁ ବଜାଇବା ମାତ୍ରେ ଦେବାଦେବୀ ମାନଙ୍କ ପ୍ରତିମାରେ ଜାଗ୍ରତ ହୋଇଥାଏ । ଯାହାପରେ କରାଯାଇଥିବା ପୂଜା ଅତି ପ୍ରଭାବଶାଳୀ ହୋଇଥାଏ । ଏହାର ଖାସ କଥା ହେଉଛି ଘଣ୍ଟିର କର୍ଣ୍ଣପ୍ରିୟ ଧ୍ୱନି ମନ ଓ ମସ୍ତିଷ୍କକୁ ଆଧ୍ୟାତ୍ମିକ ଆଡ଼କୁ ଟାଣି ନେଇଥାଏ ।ଯାହା ଦ୍ୱାରା ମନକୁ ଶାନ୍ତି ମିଳିଥାଏ । ଏହି କାରଣରୁ ମନ୍ଦିରରେ ସକାଳେ ଓ ସନ୍ଧ୍ୟାରେ ଘଣ୍ଟି ବଜାଯାଇଥାଏ । ତେବେ ଘଣ୍ଟି ବ୍ୟତୀତ ମନ୍ଦିରରେ ଘଣ୍ଟର ଶଦ୍ଦ ମଧ୍ୟ ଶୁଣିବାକୁ ମିଳିଥାଏ । ଏହି ଘଣ୍ଟିର ଶଦ୍ଦ ପ୍ରାୟତଃ ୧ ମିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥାଏ ।