ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାର୍ଷିକ ମହୋତ୍ସବ ମଣ୍ଡଲମ-ମକରବିଲକ୍କୁ ପାଇଁ ଆଜିଠୁ ଖୋଲୁଛି କେରଳ ସବରିମାଲା ଆୟପ୍ପା ମନ୍ଦିର । ଏହାପୂର୍ବରୁ କରୋନା ସଙ୍କଟ ମଧ୍ୟରେ ମହୋତ୍ସବକୁ ନେଇ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଅନୁସାରେ କୋଭିଡ୧୯ ରୋଗୀଙ୍କୁ ତୀର୍ଥ ପାଇଁ ଅନୁମତି ନାହିଁ ।
ଶୁକ୍ରବାର ମନ୍ଦିରର ଅନ୍ତିମ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଦେବସୋମ ମନ୍ତ୍ରୀ କଡକମ୍ପଲ୍ଲୀ ସୁରେନ୍ଦ୍ରନ କହିଛନ୍ତି କି , ଭିଡକୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ଦ୍ୱାରା ବିଭିନ୍ନ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଏହାସହିତ ତୀର୍ଥ ଯାତ୍ରା ସମୟରେ କୋଭିଡ୧୯ ନେଗେଟିଭ ରିପୋର୍ଟ ଆବଶ୍ୟକ ।
ସେ ଆହୁରି ମଧ୍ୟ କହିଛନ୍ତି କି,ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ , ଭଗବାନ ଅୟପ୍ପା ମନ୍ଦିର ପାଇଁ ଆସିବାକୁ ଥିବା ଯାତ୍ରୀଙ୍କ ପାଇଁ କରାଯାଇଥିବା ବିଭିନ୍ନ କେନ୍ଦ୍ର ଯେପରିକି ଥରୁଅନନ୍ତପୁରମ, ତିରୁବଲ୍ଲା, ଚେଙ୍ଗନୁର ଏବଂ କୋଟାୟମ ସାମିଲ ଅଛି । ଏଠାରେ ଆଣ୍ଟିଜେନ୍ ପରୀକ୍ଷଣର ବ୍ୟବସ୍ଥା କରାଯିବ । ଏହାସହିତ ଦର୍ଶନ ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ କରାଯାଇଛି ।
ତୀର୍ଥଯାତ୍ରାରେ ୬୦ ରୁ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଫିଟସେନ ସାର୍ଟିଫିକେଟ ଆବଶ୍ୟକ ।