ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସାରା ବିଶ୍ୱରେ କରୋନା ମହାମାରୀ ଟଳିନଥିବା ବେଳେ ଏବେ ବିଶ୍ୱ ଖାଦ୍ୟଭାବକୁ ନେଇ ଏକ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଯାଉଛି ।ଏହାର ମୁକାବିଲା ପାଇଁ ଆମକୁ ଏବେ ଠୁ ସତର୍କ ରହିବାକୁ ପଡ଼ିବ . ନଚେତ ୨୦୨୧ ବେଳକୁ ସ୍ଥିତି ଅଣାୟତ ହୋଇଯିବ ବୋଲି ୱାଲଡ଼ ଫୁଡ଼ ପ୍ରୋଗ୍ରାମର ମୁଖ୍ୟ କହିଛନ୍ତି ।
ଚଳିତ ବର୍ଷ ଏହି ସଂଗଠନ କୁ ନୋବେଲ ପୁରସ୍କାର ସମ୍ମାନ ମିଳିଥିବା ବେଳେ ଏବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୨୦୨୦ ମସିହାରେ ଏହି ସମସ୍ୟାକୁ ଏଡ଼ାଇ ଦିଆଯାଇଥିବା ବେଳେ ୨୦୨୧ ମସିହାରେ ଏହି ସମସ୍ୟାର ସମାଧାନ ପାଇଁ ଆଗୁଆ ପଦକ୍ଷେପ ନିଆ ନଗଲେ ଏହାର ଅବସ୍ଥା ଭୟଙ୍କର ହେବ ବୋଲି ସେ ସତର୍କ କରାଇଛନ୍ତି ।
ବିଭିନ୍ନ ଗବେଷଣା ରୁ ଜଣାପଡ଼ିଛି. ଯେଉଁଥିରେ ଲୋକ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି । ଅନେକ ସଂସ୍ଥା ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ଖାଉବା ଯୋଗାଇବା ପାଇଁ କର୍ମଚାରୀ ମାନଙ୍କ ଜୀବନକୁ ବିପଦରେ ପକାଉଛନ୍ତି ।ବିଶ୍ୱ ଏବେ ଖରାପ ଅବସ୍ଥା ଦେଇ ଗତି କରୁଥିବା ବେଳେ ଏହାର ସୁଧାର ପାଇଁ ଆମକୁ କଠିନ ପରିର୍ଶମ କରିବାକୁ ପଡ଼ିବ ।