ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସାରା ବିଶ୍ୱ ଏବେ କରୋନା ମହାମାରୀ ଦେଇ ଗତିକରୁଥିବା ବେଳେ ବିଭିନ୍ନ ଦେଶ ଯଥା ଭାରତ , ଫ୍ରାନ୍ସ, ଆମେରିକା ଭଳି ଅନେକ ଦେଶର ଅର୍ଥନୀତି ଅଧିକରୁ ଅଧିକତର ଖରାପ ହେବାରେ ଲାଗିଛି । ଏହାରି ମଧ୍ୟ ରେ ଭାରତ ପାଇଁ ଏକ ଭଲ ଖବର ହେଉଛି , ଭାରତୀୟ ଅର୍ଥ ବ୍ୟବସ୍ଥାରେ ଆଶାଠାରୁ ଅଧିକ ସୁଧାର ହୋଇପାରେ ବୋଲି ଅକ୍ସଫୋର୍ଡ ଇକୋନୋମିକ୍ସ ପକ୍ଷରୁ ସୂଚନା ମିଳିଛି ।
ଗତ ସାଢେ ଛଅ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ସବୁଠାରୁ ଅଧିକ ଉଚ୍ଚରେ ରହିଛି । ପନିପରିବା ଏବଂ ଅଣ୍ଡା ଭଳି ସାମଗ୍ରୀ ଦର ଉଚ୍ଚରେ ରହିବା ହେତୁ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୭.୬୧% ରହିଛି । ସେପ୍ଟେମ୍ବର ରେ ମୁଦ୍ରାସ୍ଫୀତି ୭.୨୭% ସ୍ତରରେ ରହିଥିଲା । ୨୦୨୦ ରେ ଭାରତର ଜିଡ଼ିପି ହ୍ରାସ ୮.୯% ହୋଇପାରେ । ଭାରତ , ବ୍ରାଜିଲ , ମେକ୍ସିକୋ ଏବଂ ଇଣ୍ଡୋନେସିଆ ଭଳି ଦେଶ ଗୁଡ଼ିକରେ ମୁଦ୍ରାନୀତି ହ୍ରାସ ହେବାର ସମ୍ଭାବନା ରହିଛି । ଡ଼ିସେମ୍ବର ମାସରେ ଆରବିଆଇ ମୁଦ୍ରା ସମାକ୍ଷା ବୈଠକ କରିବ ଏବଂ ଏହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ନୀତି ହାରକୁ ଅପରିବର୍ତ୍ତିତ କରିପାରେ ବୋଲି ରିପୋର୍ଟରେ କୁହାଯାଇଛି ।