ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହନ୍ଦୁ ଧର୍ମରେ ନାଗ ଦେବତାଙ୍କର ବିଶେଷ ମହତ୍ୱ ରହିଛି । ସେଥିପାଇଁ ନାଗ ପଞ୍ଚମୀରେ ଲୋକମାନେ ଖୁବ୍ ଧୁମ୍ ଧାମରେ ନାଗ ଦେବତାଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏହି ପୂଜାରେ ତମ୍ବା ବା ପିତଳରେ ନିର୍ମିତ ନାଗ ମୂର୍ତ୍ତି ପୂଜା ପାଇଥାନ୍ତି । ପୂଜାରେ ନାଗ ଦେବତାଙ୍କୁ ଖୀର ଭୋଗ ଲଗାଯାଇଥାଏ । ଏହା ସହିତ ଭକ୍ତମାନେ ନିଜ ନିଜର ମାନସିକ ରଖିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନାଗ ପଞ୍ଚମୀରେ ପୂଜିବା ଏବଂ ହୋମ କରିବାର ଶ୍ରେଷ୍ଠ ସମୟ ହେଉଛି ୧୦.୫୩ ରୁ ୨.୧୨ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମ ଜାତକରେ ଯେତେବେଳେ ରାହୁ ଏବଂ କେତୁଙ୍କ ମଧ୍ୟରେ ସମସ୍ତ ଗ୍ରହ ଆସି ଯାଇଥାନ୍ତି । ତେବେ କାଳ ସର୍ପ ଯୋଗ ସୃଷ୍ଟି ହୋଇଥାଏ । ଏହି ଦୋଷରୁ ମୁକ୍ତି ପାିବା ପାଇଁ ନାଗ ପଞ୍ଚମୀ ଦିନ ଜିଅନ୍ତା ନାଗ-ନାଗୁଣୀଙ୍କ ଯୋଡୀକୁ ବନ୍ଧନ ମୁକ୍ତ କରାଯାଇଥାଏ । ଏହା ବ୍ୟତୀତ ଧାତୁ ରେ ନିର୍ମିତ ନାଗ-ନାଗୁଣୀଙ୍କ ଯନ୍ତ୍ର ପୂଜା କରି ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥାଏ । ଏହାଦ୍ୱାରା କାଳସର୍ପ ଦୋଷ ଦୂର ହୋଇଥାଏ ।
କାଳସର୍ପ ଦୋଷର ଲକ୍ଷଣ: ଯେଉଁ ବ୍ୟକ୍ତିଙ୍କ ଜାତକରେ ଏହି ଦୋଷ ଥାଏ । ସେହି ବ୍ୟକ୍ତିଙ୍କର ଆର୍ଥିକ ସମସ୍ୟା ସହିତ ଅନେକ ସମସ୍ୟା ଦେଖାଦେଇଥାଏ । ଯେପରିକି ଦୁର୍ଘଟଣା,ସର୍ବଦା ରୋଗାଗ୍ରସ୍ତରେ ପଡିବା, ପାଠପଢାରେ ବାଧା ସୃଷ୍ଟି ହେବା, ହଠାତ୍ ଶରୀରରେ କ୍ଷତ ହେବା ଆଦି । ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ, ଚନ୍ଦ୍ର, ଗୁରୁଙ୍କ ସହିତ ରାହୁ ଯୋଗ କାଳସର୍ପ ଦୋଷର ମୁଖ୍ୟ କାରଣ ହୋଇଥାଏ ।
ଉପାୟ: ନାଗ ପଞ୍ଚମୀ ଦିନ ହୋମ ପୂଜା କରିବା ସହିତ ଦାନ କରନ୍ତୁ ।