ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଧିକାଂଶ ଲୋକେ ସିମଲା ଲଙ୍କା ଖାଇବାକୁ ବେଶ ପସନ୍ଦ କରିଥାନ୍ତି । ଏହି ସିମ୍ଲା ଲଙ୍କାକୁ ପ୍ରାୟତଃ ଚାଇନିଜ୍ ଖାଦ୍ୟରେ ବ୍ୟବହାର କରାଯାଇଥାଏ । ଏହାକୁ ଖାଦ୍ୟରେ ବ୍ୟବହାର କରିବା ଦ୍ୱାରା ସ୍ୱାଦ ଦୁଇଗୁଣା ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ସିମ୍ଲା ଲଙ୍କାର ଫାଇଦା ବିଷୟରେ ।
ସିମ୍ଲା ଲଙ୍କାରେ ଭରପୁର ମାତ୍ରାରେ ରହିଥାଏ ପୋଷକ ତତ୍ୱ । କିନ୍ତୁ ସିମ୍ଲା ଲଙ୍କାରେ ଏଭଳି କିଛି ପୋଷକ ତତ୍ୱ ରହିଛି ଯାହା ବିଷୟରେ ସାଧାରଣତ ଲୋକେ ଜାଣିନଥିବେ । ଏଥିରେ ଭିଟାମିନ ଏ, ଭିଟାମିନ ସି ଆଦି ପୋଷକ ତତ୍ୱ ରହିଛି । ଏହା ଶରୀରକୁ ଲାଭ ପହଁଚାଇବାର କାମ କରିଥାଏ ।
ପୁରା ଶରୀରରେ ଅକ୍ସିଜେନ୍ ର ସପ୍ଲାଇ ଭଲ ଭାବେ କରିଥାଏ ସିମ୍ଲା ଲଙ୍କା । ଯେଉଁଥିପାଇଁ ହାର୍ଟ ସୁସ୍ଥ ରହିଥାଏ ଏବଂ ରକ୍ତରେ କୌଣସି ପ୍ରକାରର ସମସ୍ୟା ଦେଖାଦେଇନଥାଏ । ଏହାସହିତ ସିମ୍ଲା ଲଙ୍କାରେ ପ୍ରଚୁର ପରିମାଣର ଭିଟାମିନ୍ ସି ରହିଥାଏ । ଯାହା ଇମ୍ୟୁନ ସିଷ୍ଟମକୁ ମଜବୁତ କରିବା ସହିତ ଶରୀରକୁ ଫାଇଦା ପହଁଚାଇଥାଏ ।
ଯଦି ଆପଣ ଓଜନ ହ୍ରାସ କରାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ କୌଣସି ବରଦାନଠାରୁ କମ ହେବନି ସିମ୍ଲା ଲଙ୍କା । ଏହାକୁ ସେବନ କରିବା ଦ୍ୱାରା ଓଜନ ବୃଦ୍ଧି ହେବାର ସମ୍ଭାବନା କମ ହୋଇଯାଇଥାଏ ।
ସେହିପରି ଶରୀରରେ ଆଇରନର ଅଭାବକୁ ପୁରଣ କରିବାରେ ସହାୟକ ହୋଇଥାଏ ସିମ୍ଲା ଲଙ୍କା । ପ୍ରକୃତରେ ଶରୀରରେ ଆଇରନ ଅବଶୋଷଣରେ ଭିଟାମିନ୍ ସି ର ଆବଶ୍ୟକତା ହୋଇଥାଏ । ସେଥିପାଇଁ ସିମ୍ଲା ଲଙ୍କାରୁ ବହୁଳ ମାତ୍ରାରେ ମିଳିଥାଏ ଭିଟାମିନ୍ ସି ।