ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛି ଲୋକ ଅଣ୍ଡା ଖାଇବାକୁ ବେଶ ପସନ୍ଦ କରିଥାନ୍ତି । ଅଣ୍ଡାରେ ପ୍ରୋଟିନ ସମେତ ଭିଟାମିନ୍ସ ଏବଂ ମିନେରାଲ୍ସ ରହିଛି । କିଛି ଲୋକ ଅଣ୍ଡାକୁ ତାଙ୍କ ହେଲ୍ଥ ଡାଇଟରେ ସାମିଲ କରିଥାନ୍ତି । ଯାହାଫଳରେ ନିୟମିତ ଅଣ୍ଡା ସେବନ କରିଥାନ୍ତି । ଏହାରି ମଧ୍ୟରେ ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି । ଯେଉଁଥିରେ ଖୁଲାସା ହୋଇଛି କି ଗୋଟେ ଦିନରେ ଗୋଟେ ଅଣ୍ଡା ରୁ ଅଧିକ ସେବନ କରିବା ଦ୍ୱାରା ଆପଣ ମଧୁମେହର ଶିକାର ହୋଇପାରନ୍ତି ।
ପ୍ରକୃତରେ ଚାଇନା ମେଡିକାଲ ୟୁନିଭରସିଟି ଏବଂ ଗବେଷଣା ଛାତ୍ରଛାତ୍ରୀମାନେ ଅଣ୍ଡା ଉପରେ କିଛି ରିସର୍ଚ୍ଚ କରିଛନ୍ତି । ଯେଉଁଥିରେ ସେମାନେ ଏନେଇ ଖୁଲାସା କରିଛନ୍ତି କି, ଗୋଟେ ଦିନରେ ଲଗାତର ଏକରୁ ଅଧିକ ଅଣ୍ଡା ସେବନ ଦ୍ୱାରା ମଧୁମେହ ରୋଗର ସମ୍ଭାବନା ଅଧିକ ବଢି ଯାଇଥାଏ ।
ବ୍ରିିଟିଶ ଜର୍ନାଲ ଅଫ୍ ନ୍ୟୁଟ୍ରିଶନରେ ସାମ୍ନାକୁ ଆସିଥିବା ରିସର୍ଚ୍ଚରେ ଜାଣିବାକୁ ମିଳିଛି କି ନିୟମିତ ୩୮ ଗ୍ରାମ ଅଣ୍ଡା ସେବନ କରିବା ଦ୍ୱାରା ମଧୁମେହ ରୋଗର ସମ୍ଭାବନା ୨୫ ପ୍ରତିଶତ ବଢିଯାଇଥାଏ । ଏହି ମାତ୍ରାକୁ ଯଦି ନିୟମିତ ୫୦ ଗ୍ରାମ କରିଦିଆଯାଏ ତେବେ ଏହା ମଧୁମେହ ହେବାର ବିପଦକୁ ୬୦ ପ୍ରତିଶତ ବଢାଇପାରେ ।
କିଛି ଡାକ୍ତରଙ୍କ କହିବାନୁଯାୟୀ ଖରାପ ଜୀବନଶ୍ରେଳୀ ଏବଂ ଖାଦ୍ୟ ପାନୀୟ ଅଭ୍ୟାସରେ ସୁଧାର ଆଣିବା ଦ୍ୱାରା ମଧୁମେହର ରୋଗ ହେବାର ସମ୍ଭାବନାକୁ କମ କରାଯାଇପାରେ । ଏହାସହିତ ମଧୁମେହରୁ ରକ୍ଷା ପାଇବା ପାଇଁ କଲରା, ବ୍ରୋକଲି , ଗାଜର, କାକୁଡି. ସବୁଜ ପନିପରିବାକୁ ଆପଣଙ୍କ ଡାଇଟରେ ସାମିଲ କରି ପାରିବେ । ସେହିପରି ଏହି ରୋଗରୁ ରକ୍ଷା ପାଇବା ପାଇଁ ଆଳୁ , ଭାତ, ସାକରକନ୍ଦା,ଛୋଲେ, ମଟର ଆଦିଠାରୁ ଦୂରେଇ ରହିବା ଉଚିତ୍ ।