ଭୁବନେଶ୍ୱର (ଏଟିଆର ବ୍ୟୁରୋ):ବିଧାନସଭା ଶୀତ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ ।ଆଜି ଆଇନ ଶୃଙ୍ଖଳା ପରିସ୍ଥତି ପ୍ରସଙ୍ଗକୁ ନେଇ ବିଭିନ୍ନ ଆଲୋଚନା କରାଯିବ । ଏନେଇ ଉତ୍ତର ରଖିବେ ରାଷ୍ଟ୍ରମନ୍ତ୍ରୀ ଡ଼କ୍ଟର ଦିବ୍ୟଶଙ୍କର ।
ଆଜି ବିଧାନ ସଭାରେ ୪ ଟି ବିଲ ଆଗତ ନେଇ କାର୍ଯ୍ୟକ୍ରମ ରହିଛି । ଆଗତ ହେବାକୁ ଥିବା ବିଲ ମଧ୍ୟରେ ରହିଛି ଓଡ଼ିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଲ , ଲୋକାଲ ଫଣ୍ଡ ଅଡ଼ିଟ ସଂଶୋଧନ ବିଲ୍ ,ଲୋକାୟୁକ୍ତ ସଂଶୋଧନ ବିଲ ଓ ଓଡ଼ିଶା ଇନଫ୍ରାଷ୍ଟକଚର ସଂଶୋଧନ ବିଲ ।ଶୁକ୍ରବାର ଗୃହରେ ୨୦୨୦-୨୧ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଆଗତ ହୋଇଥିବା ବେଳେ ଆସନ୍ତା ୩ ଦିନ ଦାବି ଆଲୋଚନା ହେବ ।
ଗତକାଲି ପ୍ରଥମ ଦିନ ଗୃହରେ ବଜେଟ ପେସ ହୋଇଥିଲା । ବଜେଟରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧ ହଜାର ୨୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ବଜେଟରେ ଗମ୍ଭୀର କୋଭିଡ଼ ପରିସ୍ଥିତିରେ ଜୀବନ ଓ ଜୀବିକାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।
ଓଡ଼ିଶା ବିଧାସଭା କାର୍ଯ୍ୟବିଧି ଓ କାର୍ଯ୍ୟପରିଚାଳନା ନିୟମବଳୀର ନିୟମ ୧୫ କ ଅନୁଯାୟୀ ବିଧାନସଭାର ଗତ ଅଧିବେଶରେ ପ୍ରାରମ୍ଭିକ ବୈଠକ ଦିବସ ଅର୍ଥାତ ସେପ୍ଟେମ୍ବର ୨୯ ଠାରୁ ରାଜ୍ୟପାଳଙ୍କ ସମତି ଲାଭ କରିଥିବା ବିଲ ବିଧାନସଭା ସଚିବ ଦାଶରଥି ଶତପଥୀ ଉପସ୍ଥାପନା କରିଥିଲେ ।