ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାତି ପାହିଲେ ପବିତ୍ର ଅଁଳା ନବମୀ । ପୁରୀ ସାକ୍ଷୀଗୋପାଳ ସ୍ଥିତ ଗୋପାଳ ଜୀଉ ମନ୍ଦିରରେ ରାଧାପାଦ ଦର୍ଶନ । କିନ୍ତୁ ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ରାଧାପାଦ ଦର୍ଶନ ଉପରେ କଟକଣା ଲାଗୁ ହୋଇଛି । କୌଣସି ଭକ୍ତ କରି ପାରିବେ ନାହିଁ ରାଧାପାଦ ଦର୍ଶନ । ସେଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଲାଗୁ ହୋଇଛି ୧୪୪ ଧାରା । ଆଜି ମଧ୍ୟରାତ୍ରିରୁ ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ମନ୍ଦିର ଭିତରେ ଭଗବାନଙ୍କର କେବଳ ନୀତିକାନ୍ତି କରାଯିବ । ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । କୌଣସି ଭକ୍ତଙ୍କୁ ମନ୍ଦିରର ଦୁଇଶହ ମିଟର ପରିଧି ମଧ୍ୟକୁ ଛଡାଯିବ ନାହିଁ । ନଭେମ୍ବର ୨୫ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ପ୍ରତ୍ୟେକବର୍ଷ ଅଁଳା ନବମୀ ଅବସରରେ ସାକ୍ଷୀଗୋପଳ ସ୍ଥିତ ଗୋପାଳ ଜୀଉ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତବର୍ଷ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି ।