ଭୁୁବନେଶ୍ୱର(ଏଟିଆର ବ୍ୟୁରୋ):ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି । ଏହା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ପାଣିପାଗ ବିଭାଗ କତ୍ତୃପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯାହା ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଉପକୂଳ ଛୁଇଁବ ବୋଲି ସମ୍ଭାବନା ରହିଛି । ଏବଂ ଆସନ୍ତା ୨୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୩୦ ରେ ଲଘୁଚାପର ରୂପ ନେବ ବୋଲି କୁହାଯାଇଛି ।
ଏହି ବାତ୍ୟାର ନାମ ହେଉଛି “ନିଭାର” । ପ୍ରଫେସର ସୁରେନ୍ଦ୍ରନାଥ କହିଛନ୍ତି , ନିଭାର ବାତ୍ୟାର କୈାଣସି ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ । ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ଓ ବର୍ଷା ସହିତ ଶୀତ ମଧ୍ୟ କମିବ । ଏବଂ ଆସନ୍ତା ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ , କେନ୍ଦ୍ରାପଡ଼ା, ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଳାରେ ବର୍ଷାର ପ୍ରଭାବ ପଡ଼ିପାରେ ।
ନଭେମ୍ବର ୨୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ନବରଙ୍ଗପୁର, କଳାହାଣ୍ଡି , ମାଲକାନଗିରିି, ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ଗଞ୍ଜାମ , କନ୍ଧମାଳ , ବୈଦ୍ଧ, ସୋନପୁର, ସମ୍ବଲପୁର , ଢେଙ୍କାନାଳ, ରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ ତାରିଖରେ ଶୀତ କମି ୨୯ ରେ ପୁଣି ଶୀତ ବଢିବ । ଡ଼ିସେମ୍ବର ୩ ଆଗରୁ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ପୂର୍ବନୁମାନ କରାଯାଇଛି ।