ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱରେ ଆତଙ୍କ ରହିଛି ମହାମାରୀ କରୋନା । ଏହାରି ମଧ୍ୟରେ ଆମେରିକାରୁ ଏକ ଖୁସୀଖବର ଆସିଛି । ବହୁତ ଶୀଘ୍ର ଆମେରିକାରେ ଆରମ୍ଭ ହୋଇପାରେ ଟୀକାକରଣ ପ୍ରକ୍ରିୟା । ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି କି ଦେଶରେ ଡିସେମ୍ବର ୧୧ ବା ୧୨ ରୁ କରୋନା ଟୀକା ଲଗାଇବାର ପ୍ରକ୍ରିୟା ଆରମ୍ଭ ହୋଇପାରେ ।
ଆମେରିକାର ଔଷଧ କମ୍ପାନୀ ଫାଇଜର ଏବଂ ଜର୍ମାନୀରେ ଏହାର ସହଯୋଗୀ ବାୟୋଏନଟେକ ନିଜର କୋଭିଡ୧୯ ଟୀକା ଲଗାଇବାର ଜରୁରୀକାଳୀନ ଅନୁମତି ମାଗିବା ପାଇଁ ଆମେରିକାର ଖାଦ୍ୟ ଏବଂ ଔଷଧୀ ପ୍ରଶାସନ (ଏଫଡିଏ) ରେ ଆବେଦନ କରିଛନ୍ତି ।
ଆମେରିକାରେ କରୋନା ଭାଇରସ ଟୀକାକରଣ କାର୍ଯ୍ୟକ୍ରମର ପ୍ରମୁଖ ଡକ୍ଟର ମୋନସେଫ ସ୍ଲାଓ କହିଛନ୍ତି କି, ମଞ୍ଜୁରୀ ମିଳିବାର ୨୪ ଘଣ୍ଟା ଭିତରେ ଟୀକାକୁ ଟୀକାକରଣ କେନ୍ଦ୍ରରେ ପହଁଚେଇବାର ଆମର ଯୋଜନା ରହିଛି । ଲାଗୁଛି କି ମଞ୍ଜୁରୀ ମିଳିବାର ୨ ଦିନ ପରେ ଅର୍ଥାତ ୧୧ ବା ୧୨ ରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ ।
ଆମେରିକୀ କମ୍ପାନୀ ଫାଇଜର ଏବଂ ବାୟୋଏନଟେକ ମିଳିତ ଭାବେ ଟୀକା ପ୍ରସ୍ତୁତ କରିଛନ୍ତି । ଏହି ଟୀକା ୯୫ ପ୍ରତିଶତ ଫଳପ୍ରଦ ହୋଇଛି ।
ରିପୋର୍ଟ ମୁତାବକ, ଆମେରିକାରେ ଏହି ଟୀକାର ଗୋଟେ ଡୋଜର ଦାମ ୨୦ ଡଲାର ଅର୍ଥାତ ୧୫୦୦ ଟଙ୍କା ରଖାଯାଇଛି ।