କଟକ(ଏଟିଆର ବ୍ୟୁରୋ):କଟକ ବଡ଼ ଡ଼ାକ୍ତରଖାନାରେ ଓପନ ହାର୍ଟ ସର୍ଜରୀ ବନ୍ଦ କରାଯାଇଛି । କାର୍ଡ଼ିଓଥୋରାସିସ ବିଭାଗ ଆଇସିୟୁରେ ଅକ୍ସିଜେନ ପାଇପରୁ ଲିକ୍ ହେବାରୁ ଆଇସିୟୁ ଓ ଓଟି କାର୍ଯ୍ୟ ବନ୍ଦ ରଖାଯାଇଛି । ସ୍ଥିତି ରେ ସାମାନ୍ୟ ସୁଧାର ହେବା ପର୍ଯ୍ୟନ୍ତ ଓପନ ହାର୍ଟ ସର୍ଜରୀକୁ ବନ୍ଦ ରଖାଯିବ ବୋଲି ଡ଼ାକ୍ତରଖାନା ବିଭାଗ ପକ୍ଷରୁ ସୂଚନା ମିଳିଛି।
ଘଟଣା ଟି ଘଟିବା ପୂର୍ବରୁ ଅକ୍ସିଜେନ ପାଇପରୁ ସାମାନ୍ୟ ପରିମାଣରେ ଅକ୍ସିଜେନ ଲିକ୍ ହେଉଥିଲା । କିନ୍ତୁ ଏହି ସମୟରେ ଲିକ୍ ଥିବା ସତ୍ତେ ମଧ୍ୟ କାମ ଚାଲୁଥିଲା । ଏହା ବୃଦ୍ଧି ପାଇବାରୁ ଆଇସିୟୁ ଓ ଓଟି କାମ ବନ୍ଦ ରଖାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ରୋଗୀଙ୍କୁ ତଳ ମହଲାକୁ ସିଫ୍ଟ କରାଯାଇଛି ।