ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କମୁଛି କରୋନା ପ୍ରକୋପ । ପୂର୍ବାପେକ୍ଷା ଏବେ ଆକ୍ରନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ସେହିଅନୁଯାୟୀ ରାଜ୍ୟରେ ପୁଣି ଆଉ ୬୪୨ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୬୮ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେଜଣ ରହିଛନ୍ତି ସେଥିପାଇଁ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 23rd November
New Positive Cases : 642
In quarantine: 374
Local contacts: 268(Details of local contacts will be shared by concerned District Administration)
District Wise Cases:
1. Angul: 46
2. Balasore: 25
3. Bargarh: 15
4. Bhadrak: 20
5. Balangir: 16— I & PR Department, Odisha (@IPR_Odisha) November 24, 2020
22. Mayurbhanj: 41
23. Nawarangpur: 4
24. Nayagarh: 2
25. Nuapada: 69
26. Puri: 17
27. Rayagada: 5
28. Sambalpur: 19
29. Sonepur: 2
30. Sundargarh: 66
31. State Pool: 12New recoveries: 913
Cumulative tested: 5642407
Positive: 315271
Recovered: 306726
Active cases: 6821— I & PR Department, Odisha (@IPR_Odisha) November 24, 2020
ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେହିଅନୁଯାୟୀ ପୁଣି ଆଉ ୯୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୫୨୭୧ ହୋଇଥିବା ବେଳେ ୩୦୬୭୨୬ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ଏବଂ ୬୮୨୧ ଟି ସକ୍ରିୟ ମାମଲା ରହିଛି ।