ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପରିବର୍ତ୍ତନ ଜୀବନଶୈଳୀ ଏବଂ ସମୟ ଅଭାବ ଯୋଗୁଁ ଏବେ ଫ୍ରୋଜେନ ବା ପ୍ୟାକେଜ୍ ଖାଦ୍ୟର ଚାହିଦା ଅଧିକ ବଢିଯାଇଛି । ତାଜା ଖାଦ୍ୟ ତୁଳନାରେ ଫ୍ରୋଜେନ ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । କାରଣ ଏଥିରେ ହାଇଡ୍ରୋଜେନେଟେଡ ପାମ ତେଲ ବ୍ୟବହାର କରାଯାଇଥାଏ । ଯେଉଁଥିରେ ହାନିକାରକ ଟ୍ରାନ୍ସ ଫ୍ୟାଟ ରହିଥାଏ । ଏହାବ୍ୟତିତ ଏଥିରେ ଷ୍ଟାର୍ଚ ଏବଂ ଗ୍ଲୁକୋଜ ରୁ ତିଆରି କର୍ଣ୍ଣ ସିରପ ଭଳି ପ୍ରିଜରଭେଟିଭ ର ବ୍ୟବହାର କରାଯାଇଥାଏ ।
ଫ୍ରୋଜେନ ଖାଦ୍ୟରେ ସୋଡିୟମର ମାତ୍ରା ଅଧିକ ଥାଏ । ଯେଉଁଥି ପାଇଁ ଶରୀରରେ ବିଭିନ୍ନ ସମସ୍ୟା ଉପୁଜିଥାଏ । ଏହି ଖାଦ୍ୟକୁ ଆପଣ ବେଳେ ବେଳେ ବ୍ୟବହାର କରିପାରିବେ । କିନ୍ତଉ ଏହାକୁ ନିୟମିତ ବ୍ୟବହାର କରିବା ଶରୀର ପକ୍ଷେ ହାନିକାରକ ହୋଇଥାଏ । ତେବେ ଆସନ୍ତୁ ଏହାକୁ ଅଧିକ ବ୍ୟବହାର କରିବା ଦ୍ୱାରା କେଉଁ କେଉଁ ଗମ୍ଭୀର ସମସ୍ୟା ହୋଇପାରେ ।
ଫ୍ରୋଜନ୍ ଖାଦ୍ୟକୁ ତାଜା ରଖିବା ପାଇଁ ଷ୍ଟାର୍ଚ ବ୍ୟବହାର କରାଯାଇଥାଏ । ଏହି ଷ୍ଟାର୍ଚ ଖାଦ୍ୟର ସ୍ୱାଦ ବଢାଇବା ସହିତ ଖାଦ୍ୟକୁ ତାଜା ରଖିଥାଏ । ପାଚନ ପୂର୍ବରୁ ଶରୀର ଏହି ଗ୍ଲୁକୋଜକୁ ସୁଗାରରେ ବଦଳାଇ ଦେଇଥାଏ । ଅଧିକ ମାତ୍ରାରେ ସୁଗାର ହେବା ଯୋଗୁଁ ମଧୁମେହ ହେବାର ସମ୍ଭାବନା ଅଧିକ ରହିଥାଏ ।
ହାର୍ଟ ପାଇଁ ବିପଦପୂର୍ଣ୍ଣ ହୋଇଥାଏ ଫ୍ରୋଜେନ ଖାଦ୍ୟ । ଏହି ଖାଦ୍ୟରେ ଥିବା ଟ୍ରାନ୍ସ ଫ୍ୟାଟ ଜମାଟ ବାନ୍ଧିବା ସମସ୍ୟାକୁ ଅଧିକ ବଢାଇ ଦେଇଥାଏ । ଶରୀରରେ ଖରାପ କୋଲେଷ୍ଟ୍ରଲ ସ୍ତରକୁ ବଢାଇଥାଏ ଟ୍ରାନ୍ସ ଫ୍ୟାଟ । ସେହିପରି ଭଲ କୋଲେଷ୍ଟ୍ରଲକୁ କମାଇଥାଏ । ଏଥିପାଇଁ ହୃଦ ରୋଗ ସମ୍ବନ୍ଧୀୟ ସମସ୍ୟା ଆହୁରି ବଢିଯାଇଥାଏ ।
ଫ୍ରୋଜେନ ଖାଦ୍ୟରେ ଅଧିକ ମାତ୍ରାରେ ଫ୍ୟାଟ ରହିଥାଏ । ଫ୍ୟାଟରେ କାର୍ବୋହାଇଡ୍ରେଟ ବା ପ୍ରୋଟିନ ତୁଳନାରେ ଦୁଇଗୁଣା ମାତ୍ରାର କ୍ୟାଲୋରୀ ହୋଇଥାଏ । ଯେପରିକି ଗୋଟେ କପ ଫ୍ରୋଜେନ ଚିକେନରେ ପାଖାପାଖି ୬୦୦ କ୍ୟାଲୋରୀ ରହିଥାଏ । ଯାହା ଅଧାରୁ ଅଧିକ ଫ୍ୟାଟରୁ ଆସିଥାଏ । ଶରୀର ପାଇଁ ହାନିକାରକ ହୋଇଥାଏ ଫ୍ରୋଜେନ ଖାଦ୍ୟ ।
ଅତ୍ୟଧିକ ଫ୍ରୋଜେନ ଖାଦ୍ୟ ସେବନ ଦ୍ୱାରା କର୍କଟ ହେବାର ଆଶଙ୍କା ଅଧିକ ବଢିଥାଏ । ନିକଟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି କି ଫ୍ରୋଜେନ ଖାଦ୍ୟ ଖାଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ବଢି ଯାଇଥାଏ ।