ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧର୍ମ ମାସ କାର୍ତ୍ତିକରେ ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ । ଏଥର ପଞ୍ଚୁକ ପାଞ୍ଚ ଦିନ ବଦଳରେ ଛଅ ଦିନ ପାଳନ କରାଯିବ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ହବିଷ୍ୟାଳୀ ମାନଙ୍କ ପାଇଁ ମନ୍ଦିର ବନ୍ଦ ରହିଛି । ସେଥିପାଇଁ ସମସ୍ତ ହବିଷ୍ୟାଳୀ ଏବଂ ପଞ୍ଚୁକ ପାଳନ କରୁଥିବା ବ୍ୟକ୍ତି ଘରେ ରହି ପୂଜାର୍ଚ୍ଚନା କରିବେ ।
ସେପଟେ ଶ୍ରୀମନ୍ଦିରରେ ପଞ୍ଚୁକ ଅବସରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହୋଇଥାଏ । ସେହିଅନୁଯାୟୀ ଆଜି ପଞ୍ଚୁକରେ ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବେଶରେ ବିଭୁଷିତ ହୋଇଥାନ୍ତି ମହାପ୍ରଭୁ ।
ଅନ୍ୟପଟେ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦୀ, ପୋଖରୀ ଆଦିରେ ଗାଧୋଇବା ଏବଂ ଡଙ୍ଗା ଭସାଇବା ପାଇଁ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି ।