ପୁରୀ(ଏଟିଆର ବ୍ୟୁରୋ):ଦୁଇ ଦିନ ପରେ ମହାପ୍ରଭୁଙ୍କ ନାଗାର୍ଜୁୂନ ବେଶ ।କରୋନା ମହାମାରୀ ପାଇଁ ନାଗାର୍ଜୁନ ବେଶ ଅବସରରେ ବାହାର ଭକ୍ତଙ୍କୁ ପୁରୀ ନ ଆସିବାକୁ ଅନୁରୋଧ କରିଛନ୍ତି ଜିଲ୍ଲା ପ୍ରଶାସନ । ଦୀର୍ଘ ୨୫ ବର୍ଷ ପରେ ପଡ଼ିଛି ଏହି ଦୁର୍ଲଭ ବେଶ । ଦାରୁଦିଅଁଙ୍କ ଏହି ବିରଳ ବେଶ କୁ ଦେଖି ପାରିବେ ନାହିଁ ଭକ୍ତମାନେ ।
ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଉତ୍ତର ଦ୍ୱାର ଏବଂ ଦକ୍ଷିଣ ଦ୍ୱାରରେ ଦିଆଯାଇଥିବା ମହାପ୍ରସାଦକୁ ବନ୍ଦ କରାଯାଇ ଜଗନ୍ନାଥ ବଲ୍ଲଭଠାରେ ଭକ୍ତଙ୍କ ପାଇଁ ବରାଦି ମହାପ୍ରସାଦ ଦିଆଯିବ ।ବଡ଼ଦାଣ୍ଡରେ ଆଜି ଠାରୁ ୬ଦିନ ପର୍ଯ୍ୟନ୍ତ ପଞ୍ଚୁକ ବ୍ରତ ନେଇ ଟ୍ରାଫିକ କଟକଣା ଜାରି କରାଯାଇଛି । ୧୯୯୩ ଏବଂ ୧୯୯୪ ମସିହାରେ ହେଉଁ ନାଗାର୍ଜୁନ ବେଶ ହୋଇଥିଲା ସେତେବେଳେ ବି ପତିତପାବନଙ୍କର ବେଶ କରାଯାଇ ନଥିଲା ।
ମରିଚିକା ଛକ ଠାରୁ ଶ୍ରୀ ମନ୍ଦିର ଅଭିମୁଖେ କୈାଣସି ଦୁଇ ଚକିଆ ଯାନକୁ ଅନୁମତି ପାଇଁ ନିଷେଧ କରାଯାଇଛି ।ଏ ନେଇ ଉପଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି ।ପୁରୀ ଲୋକ ପତିତପାବନ ଦର୍ଶନ କରିପାରିବେ ।କିନ୍ତୁ ମନ୍ଦିର ପ୍ରବେଶ କୁ ମନା କରାଯାଇଛି