ମୁମ୍ବାଇ (ଏଟିଆର ବ୍ୟୁରୋ):ମହାରାଷ୍ଟ୍ରରେ କରୋନା ନେଗେଟିଭ ରିପୋର୍ଟ ବିନା ବାହାର ଲୋକଙ୍କୁ ପ୍ରବେଶ ର ଅନୁମତି ମିଳିବ ନାହିଁ ବୋଲି ସରକାରରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କରୋନା ସ୍ଥିତି କୁ ନିୟନ୍ତ୍ରଣ କରାନଯାଏ , ତେବେ ସୁନାମି ଭଳି ସ୍ଥିତି ଉପୁଜିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକୁର କହିଛନ୍ତି । ଶୀତ, ପ୍ରଦୂଷଣ ଏବଂ ପାର୍ବଣର ଋୁତୁ ଆସୁଥିବାରୁ ଜନସାଧାରଣ ବେପରୁଆ ହେଲେ ଆଗାମୀ ଦିନରେ କରୋନା ସ୍ଥିତି ଭୟଙ୍କର ହେବ ।
କରୋନା ସଂକ୍ରମଣ ନେଇ ଦିଲ୍ଲାରେ ସଂକ୍ରମଣ କ୍ରମାଗତ ଭାବେ ବଢୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି ।ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ର ସରକାର ଏହାକୁ ଦୃଷ୍ଟିରେ ରଖି ସବୁଠୁ ଅଧିକ ସତର୍କ ହୋଇଛନ୍ତି ।ଏବଂ ଅନ୍ୟ ରାଜ୍ୟ ରୁ ମୁମ୍ବାଇ କୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ସରକାର ।ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ଓ ଗୋଆରୁ ଆସୁଥିବା ବିମାନ ଯାତ୍ରୀଙ୍କ ର କରୋନା ନେଗେଟିଭ ରିପୋର୍ଟ ନ ଥିଲେ ପ୍ରବେଶ ଅନୁମତି ନାହିଁ ।
ଦିଲ୍ଲୀ , ଗୁଜୁରାଟ , ରାଜସ୍ଥାନ , ରୁ ଆସୁଥିବା ଯାତ୍ରୀମାନଙ୍କର ଯଦି କରୋନା ନେଗେଟିଭ ରିପୋର୍ଟ ନଥାଏ ତାହେଲେ ସେମାନଙ୍କୁ ବିମାନବନ୍ଦରରେ ଟେଷ୍ଟ ପାଇଁ ଟଙ୍କା ଦେବାକୁ ପଡ଼ିବ । ଯାତ୍ରୀଙ୍କ ମଧ୍ୟ ରେ ଯଦି କାହାର ରିପୋର୍ଟ ପଜିଟିଭ ଆସେ ତେବେ ସେମାନଙ୍କ ସହ ଯୋଗାଯୋଗ କରାଯାଇ ଚିକିତ୍ସା କରାଯିବ ।