ନୂଆଦିଲ୍ଲୀ(ଏଟିଆର ବ୍ୟୁୁରୋ):ବଳତ୍କାରୀଙ୍କୁ ମିଳିବ ଏବେ କଠୋର ଦଣ୍ଡ ।ନିର୍ଭୟା ଗଣନୁଷ୍ମର୍ମ ମାମଲା ପରେ ଭାରତରେ ଦାବି ଉଠିଥିଲା ଯେ, ଦୁଷ୍କର୍ମକାରୀଙ୍କୁ ନା କେବଳ ôଫାଶୀ ଦଣ୍ଡ ବରଂ ତାଙ୍କୁ ନପୁଂଷକ କରିଦିଆଯିବ । ସରକାର ଏବହ ସିଭିଲ ସୋସାଇଟି ଏହାକୁ ମାନବିକତାର ବିରୁଦ୍ଧ କହି ଅସ୍ୱୀକାର କରିଥିଲେ । ଭାରତରେ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ପାଇଁ ଜେଲ ଏବଂ କିଛିଟା ମାମଲା ପାଇଁ ଫାଶୀ ଦଣ୍ଡର ବ୍ୟବସ୍ଥା ରହିଛି ।
ପଡୋଶୀ ଦେଶ ପାକିସ୍ତାନରେ ଦୁଷ୍କର୍ମ ସମ୍ବନ୍ଧିତ ଏକ ନୂତନ ଆଇନ ପ୍ରଣୟନ କରାଯାଇଛି ।ଯାହାକୁ ପ୍ରଧ।।ନମନ୍ତ୍ରୀ ଇମ୍ରାନ ଖାନ ଅନୁମୋଦନ କରିଛନ୍ତି ।ସେହିପରି ଏଭଳି ମାମଲାର ୂଶୁଣାଣି ଶ୍ରୀଘ୍ର କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ମାମଲାରେ ବିଳମ୍ବକୁ ସହ୍ୟ କରାଯିବ ନାହିଁ ବୋଲି ଇମ୍ରାନ କହିଛନ୍ତି ।