ଭୁବନେଶ୍ୱର(ଏଟିଆର ବ୍ୟୁରୋ): ତାମିଲନାଡ଼ୁ ଏବଂ ପୁଡୁଚେରୀ ରେ ବାତ୍ୟାର ଆତଙ୍କ ଖେଳାଉଛି ନିଭାର । ସ୍ଥଳ ଭାଗରେ ପ୍ରବେଶ କରିବା ପରେ ଉଭୟ ପୁଡ଼ୁଚେରୀ ଓ ତାମିଲନାଡ଼ୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି ।ଏବଂ ଚେନା୍ନଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।ବର୍ଷା ସାଙ୍ଗକୁ ପ୍ରବଳ ପବନ ମଧ୍ୟ ବହିବା ଆରମ୍ଭ ହୋଇଯାଇଛି ।
ତାମିଲନାଡ଼ୁର ମମଲ୍ଲାପୁରମ୍ ଏବଂ ପୁଡ଼ୁଚେରୀର କରିକଲ୍ରେ ବାତ୍ୟା ମାଡ଼ ହେବ ଏବଂ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୪୫ କିମି ରହିବ ।ପ୍ରବଳ ବର୍ଷା ଯୋଗୁ ଚେନ୍ନାଇ ବାହାରେ ଥିବା ହ୍ରଦରେ ଜଳ ମଗ୍ନ ହୋଇଯାଇଛି । ଏହା ଦ୍ୱାରା ଚେନ୍ନାଇର ଅଡ଼ୟାର ନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ଖାଲି କରାଯାଇଛି ।
ଆଜି ସନ୍ଧ୍ୟା ୭ରୁ ସକାଳ ୭ ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନ ବନ୍ଦରରୁ କୈାଣସି ବିମାନ ଉଡ଼ାଣ କରିବନି କି ଅବତରଣ ମଧ୍ୟ କରିବନି । ବାତ୍ୟାର ପ୍ରଭାବ ଚେନ୍ନାଇ ରେ ଅଧିକ ଦେଖିବାକୁ ମିଳିଛି । ଶକ୍ତିଶାଳୀ ନିଭାର ଅତି ଭୟଙ୍କର ରୂପ ଧାରଣ କରିଛି । ଏହା ଦ୍ୱାରା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।ତାମିଲନାଡ଼ୁ ରେ ୧୨୦୦ ଏନ୍ଡ଼ିଆରଏଫ୍ ସଦସ୍ୟ ମୂତୟନ ହୋଇଛନ୍ତି ।