ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦୀର୍ଘ ୨୬ ବର୍ଷ ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଛି ।ଦୁର୍ଲଭ ନାଗାର୍ଜୁନ ବେଶ ରେ ସଜ୍ଜିତ ହେବେ ଶ୍ରୀଜିଉ ।
ଆଜି ଭୋର୍ ୨ଟା ୪୫ ରେ ଦ୍ୱାର ଫିଟା ନୀତିକାନ୍ତି ସମାପନା ହେବା ପରେ ୩ଟା ୨୫ରେ ଭିତରେ ଶୋଧ , ୩ଟା ୩୫ ରେ ମଙ୍ଗଳା ଆଳତି , ୩ଟା ୪୦ ରେ ମଇଲମ, ଭୋର୍ ୪ଟାରେ ତଡ଼ପ ଲାଗି ନୀତି ଅନୁଷ୍ଠିତ ହୋଇଥିଲା ।
୪ଟା ୧୦ ରେ ଶ୍ରୀମନ୍ଦିରକୁ ବିଜେ , ୪.୩୫ ରେ ଅବକାଶ ପୂଜା ଶେଷ ହୋଇଥିବା ବେଳେ ୭ଟାରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିଲା ।
ବୀର ବେଶରେ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ସଜେଇ ହେଉଛନ୍ତି ।ତ୍ରିଭୁବନେଶ୍ୱରୀ ବେଶରେ ସଜ୍ଜିତ ହେଉଛନ୍ତି ମା ସୁଭଦ୍ରା ।
୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜେଇ ହେଉଛନ୍ତି ଜଗାବଳିଆ ।ଦୁଇ ଠାକୁର ମସ୍ତକରେ ଶୋଭିତ ହେବ ହାଣ୍ଡିଆ । ଢେଣୁ , ଶିଙ୍ଗା, ତରୁଣୀର , ବାଘନଖ ଓ ଖଣ୍ଡା ଆଦି ଆୟୁଧ ଧାରଣ କରୁଛନ୍ତି ।
ମଧ୍ୟ ରାତ୍ରୀରେ ହରଚଣ୍ଡୀ ସାହି ଚକ୍ରକୋଟରୁ ସ୍ୱତନ୍ତ୍ର ପଟୁଆରରେ ଶ୍ରୀମନ୍ଦିରକୁ ବେଶ ଅଣାଯାଇଥିଲା । ୧୯୯୪ ମସିହାରେ ହୋଇଥିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ।
ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।