ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ଶିକ୍ଷାବର୍ଷ ରୁ ଇଞ୍ଜିନିୟରିଂ ସହିତ ସମସ୍ତ ଯାନ୍ତ୍ରିକ ପାଠ୍ୟକ୍ରମ ର ଛାତ୍ରଛାତ୍ରୀମାନଙ୍କୁ ଅଞ୍ଚଳିକ ଭାଷାରେ ପାଠ ପଢାଯିବ । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ଏନେଇ ମନ୍ତ୍ରାଳୟ ପକ୍ଷରୁ କିଛି ଆଇଆଇଟି ଏବଂ ଏନଆଇଟି କୁ ସୂଚିବଦ୍ଧ କରାଯାଇଛି । ବୈଠକରେ ଆହୁରି ମଧ୍ୟ ନିଷ୍ପତି ନିଆଯାଇଛି କି ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସି (ଏନଟିଏ), ଯିଏ ଜେଇଇ ଏବଂ ନିଟ୍ ଆୟୋଜିତ କରାଇଥାଏ । ସେ ପ୍ରତିଯୋଗୀ ପରୀକ୍ଷା ପାଇଁ ସିଲାବସ ପ୍ରସ୍ତୁତ କରିବ । ଏହାସହିତ ୟୁଜିସିକୁ ନିର୍ଦ୍ଦେଶିତ କରାଯାଇଛି କି ସଠିକ୍ ସମୟରେ ଛାତ୍ରବୃତ୍ତି ବିତରଣ ହେଉ ଏବଂ ଏଥିପାଇଁ ବହୁତ ଶୀଘ୍ର ଏକ ହେଲ୍ପଲାଇନ ବି ଆରମ୍ଭ କରାଯାଉ ।
ଗତ ମାସରେ ଏନଟିଏ ପକ୍ଷରୁ ଆଗାମୀ ବର୍ଷରୁ ହିନ୍ଦୀ ଏବଂ ଇଂରାଜୀ ବ୍ୟତିତ ୯ଟି ଆଞ୍ଚଳିକ ଭାଷାରେ ଜେଇଇ (ମେନ୍) ଆୟୋଜିତ କରିବାର ଘୋଷଣା କରାଯାଇଥିଲା । ମାତ୍ର ଏନେଇ ଏପର୍ଯ୍ୟନ୍ତ ଆଇଆଇଟି ପକ୍ଷରୁ ନିଷ୍ପତି ନିଆଯାଇ ନାହିଁ । ପ୍ରକୃତରେ ଆଇଆଇଟି ଏବଂ ଏନଆଇଟି ର ନିଷ୍ପତି ପରେ ହିଁ ଏହା ଅନ୍ତିମ ନିର୍ଣ୍ଣୟ ହେବ ।