ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ପୁଣି ପାକିସ୍ତାନ ସୀମା ଉଲ୍ଲଘଂନ କରି ଯବାନଙ୍କୁ ଟାର୍ଗେଟ କରିଛି । ପାକିସ୍ତାନ କରିଥିବା ଗୁୂଳିମାଡ଼ରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି ।ସେହିପରି ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି।
ଆଜି ସକାଳୁ ପାକିସ୍ତାନ ପକ୍ଷରୁ ରଜୌରି ଜିଲ୍ଲା ସୁନ୍ଦରେବନି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ପାକିସ୍ତାନର ଯବାନମାନେ ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଭାରତୀୟ ସେନା ଆଉଟ ପୋଷ୍ଟକୁ ଟାର୍ଗେଟ କରିଥିଲେ।
ପାକିସ୍ତାନ ସୈନିକମାନଙ୍କ ଗୁଳି ଚାଳନା ଯୋଗୁଁ ନାଏକ ପ୍ରେମ ବାହାଦୁର ଖତ୍ରି ଏବଂ ରାଇଫଲ୍ମ୍ୟାନ୍ ସୁଖବୀର ସିଂହ ସାଘାଂତିକ ଆହତ ହୋଇଥିଲେ । ଓ ପରେ ସେମାନଙ୍କ ଦେହାନ୍ତ ହୋଇଥିବା କଥା ଜମ୍ମୁସ୍ଥିତ ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ କହିଛନ୍ତି । ଗୁଳିଗୋଳା ନିକ୍ଷେପ କରିବାରୁ ଭାରତୀୟ ସେନାର ଜଣେ ଜୁନିୟର କମିସନଡ଼ ଅଫିସର ସହିଦ ହେବା ସହ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ ।