ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଟିମ୍ ରେ ଅଧିକାଂଶ ଭାରତୀୟ ବଂଶଭବର ଲୋକଙ୍କୁ ସାମିଲ କରିବାରେ ଲାଗିଛନ୍ତି । ଭାରତୀୟ ବଂଶଭବର କମଲା ହାରିସ ନବନିର୍ବାଚିତ ଉପରାଷ୍ଟ୍ରପତି ହେବା ସହିତ ଦେଶ ଚଳାଇବାରେ ବାଇଡେନକୁ ସହାୟତା କରିବେ । ଏହାରି ମଧ୍ୟରେ ବାଇଡେନଙ୍କ ଟିମ୍ ରେ ଭାରତୀୟ ବଂଶଭବଙ୍କ ନାଁ ସାମିଲ ହୋଇପାରେ ।
ବଲ୍ ଷ୍ଟ୍ରିଟ ଜର୍ନାଲର ରିପୋର୍ଟ ଅନୁସାରେ ବାଇଡେନ, ‘ସେଣ୍ଟର ଫର ଆମେରିକାନ ପ୍ରୋଗ୍ରେସ’ ର ମୁଖ୍ୟ କାର୍ଯ୍ୟକାରୀ ନୀରା ଟଣ୍ଡନଙ୍କୁ ‘ଅଫିସ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟ’ ର ନିର୍ଦ୍ଦେଶକ ରୂପେ ନାମିତ କରିବାର ଯୋଜନା କରିଛନ୍ତି । ସେହିପରି ଆର୍ଥିକ ପରାମର୍ଶଦାତ୍ତା ପରିଷଦର ଅଧ୍ୟକ୍ଷ ରୂପେ ଅର୍ଥଶାସ୍ତ୍ରୀ ସୋସିଲିୟା ଙ୍କୁ ନାମିତ କରି ପାରନ୍ତି ।
ସେହିପରି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି, ଅର୍ଥଶାସ୍ତ୍ରୀ ଜେରେଡ ବର୍ନଷ୍ଟିନ ଏବଂ ହିଥର ବାଉସୀଙ୍କୁ ଆର୍ଥିକ ପରାମର୍ଶଦାତା ପରିଷଦରେ ସଦସ୍ୟଙ୍କ ରୂପେ ନାମିତ କରାଯାଇପାରେ ।