ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଔଷଧୀୟ କମ୍ପାନୀ ଫାଇଜର ବାୟୋଏନଟେକର କରୋନା ଟୀକାକୁ ମଞ୍ଜୁରୀ ଦେଇଥିବା ପ୍ରଥମ ଦେଶ ହୋଇଛି ବ୍ରିଟେନ । ଏହାସହିତ କିଲର ଭାଇରସ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ଟୀକାକରଣର ମାର୍ଗ ପ୍ରଶସ୍ତ ହୋଇଯାଇଛି । ଆଶା ରହିଛି କି କ୍ରିସମସ ପୂର୍ବରୁ ଅର୍ଥାତ ଆଗାମୀ ସପ୍ତାହରୁ ୮ ଲକ୍ଷ ଡୋଜ ସହିତ ବ୍ରିଟେନ ଲୋକଙ୍କୁ ଟୀକାକରଣ ଆରମ୍ଭ ହୋଇଯିବ ।
ବ୍ରିଟେନର ଔଷଧ ଏବଂ ସ୍ୱାସ୍ଥ୍ୟ ଉତ୍ପାଦ ନିୟାମକ ଏଜେନ୍ସି (ଏମଏଚଆରଏ) କହିଛି କି , ଆମେରିକି ଔଷଧୀୟ କମ୍ପୀୟ ଫାଇଜର ଏବଂ ଜର୍ମାନ କମ୍ପାନୀ ବାୟୋଏନଟେକ ର ସଂଯୁକ୍ତ କରୋନା ଟୀକା ବୁ ବୁଧବାର ସ୍ୱୀକୃତି ଦିଆଯାଇଛି ।
କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲା କି, ଏହି ଟୀକା କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ୯୫ ପ୍ରତିଶତ ଫଳପ୍ରଦ ରହିଛି । ଏହାସହିତ ପରୀକ୍ଷଣ ବେଳେ ଏହି ଟୀକା ସମସ୍ତ ବୟସ୍କ ଲୋକଙ୍କ ପାଇଁ ଫଳପ୍ରଦ ରହିଛି ।
୨୦୨୧ ଶେଷ ସୁଧା ବ୍ରିଟେନକୁ ଚାରି କୋଟି ଡୋଜ ମିଳିବାର ସମ୍ଭାବନା ରହିଛି । ଗତ ମାସରେ ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ କି ଟୀକାର ମଞ୍ଜୁରୀ ମିଳିଯିବା ପରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ) ଟୀକାକରଣ ପାଇଁ ପ୍ରସ୍ତୁତ । ଏନଏଚଏସ ନିକଟରେ ଟୀକାକରଣର ବ୍ୟାପକ ଅନୁଭବ ଏବଂ ସମସ୍ତ ବ୍ୟବସ୍ଥା ରହିଛି ।