ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସାରା ବିଶ୍ୱରେ ଏବେ କରୋନା ଦିନ କୁ ଦିନ ବଢିବାରେ ଲାଗିଛି ।ଭାରତରେ ଏହାର ପ୍ରଭାବ ଦିନକୁ ଦିନ କମିବାରେ ଲାଗିଛି କିନ୍ତୁ ସମ୍ପୂର୍ଣ୍ଣ ଭାବେ ଥମିନାହିଁ ।ବର୍ତ୍ତମାନ ସମୟର କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଶୁକ୍ରବାର ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।କରୋନା ପାଇଁ ଏହି ବୈଠକ ଭିଡ଼ିଓ କନଫରେନ୍ସିଂ ଜରିଆରେ ହେବ ।
ଆଜି ଦେଶରେ କରୋନା ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ଦେଶରେ କରୋନା ମହାମାରୀର ସ୍ଥିତି ଓ କରୋନା ଭାକସିନ୍ ବିଷୟରେ ଆଲୋଚନା କରାଯିବ ।ତେବେ ଦେଶରେ କରୋନା ଦିନକୁ ଦିନ କମିବାରେ ଲାଗିଛି ।
ଅନେକ ଧର୍ମାନୁଷ୍ଠାନ ମଧ୍ୟ ସର୍ବସାଧାରଣ ମଧ୍ୟ ଲୋକମାନଙ୍କ ପାଇଁ ଖୋଲା ଯାଇନାହିଁ ।ଏବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଛି । ସକାଳ ୧୦ ଟା ୩୦ ରେ ଏହି ବୈଠକ ଆରମ୍ଭ ହେବ ବୋଲି କୁହାଯାଇଛି ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଧନ ଉପସ୍ଥିତ ରହିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ RT-PCR ଟେଷ୍ଟ୍ କମ କରିବା ପାଇଁ ନିର୍ଦେଶ ଦେଇଥିଲେ ।
ସରକାରୀ ହସ୍ପିଟାଲଗୁଡିକରେ କୋଭିଡ୍ ଟେଷ୍ଟ୍ ମାଗଣାରେ କରାଇବାକୁ ନିର୍ଦେଶ ଦିଆଯାଇଛି । ଏହା ଦ୍ବାରା ଲ୍ୟାବ୍ ମାନଙ୍କରେ ଟେଷ୍ଟ୍ କରୁଥିବା ଲୋକମାନେ ସୁବିଧା ପାଇପାରିବେ ବୋଲି କେଜ୍ରିଓ୍ୱାଲ କହିଥିଲେ ।